ଭୁବନେଶ୍ୱର, ଜଳୁଛି ପଶ୍ଚିମ ଓଡିଶା । ଆଜି ବି ନିସ୍ତାର ନାହିଁ । ଗତକାଲି ପରି ଆଜି ମଧ୍ୟ ପଶ୍ଚିମ ଓଡିଶାର ସହରଗୁଡିକରେ ପାରଦ ଅଧିକ ରହିଛି । ଅନ୍ୟପକ୍ଷରେ ଉପକୂଳରେ ତାପମାତ୍ରା କମ୍ ରହିଥିଲେ ହେଁ ଆର୍ଦ୍ରତା ଅଧିକ ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଶୁକ୍ରବାର ଦିନ ସାଢ଼େ ୨ଟା ସୁଦ୍ଧା ୪୫.୨ ଡିଗ୍ରୀ ସହ ସବୁଠୁ ତତଲା ସହର ପାଲଟିଛି ସମ୍ବଲପୁର । ସେହିପରି ଝାରସୁଗୁଡ଼ାରେ ୪୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୪୪.୫ ଡିଗ୍ରୀ , ରାଉରକେଲାରେ ୩୯.୪ ଡିଗ୍ରୀ , ଗୋପାଳପୁରରେ ୩୪.୫ ଡିଗ୍ରୀ, ପୁରୀରେ ୩୪.୧, ଭୁବନେଶ୍ୱରରେ ୩୪.୦ ଡିଗ୍ରୀ, କେନ୍ଦୁଝରରେ ୩୪.୦, ପାରାଦୀପରେ ୩୩.୧, ଚାନ୍ଦବାଲିରେ ୩୨.୮, ବାଲେଶ୍ୱରରେ ୩୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
Related Stories
November 22, 2024