ଡେରାଡୁନ, ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ଆରମ୍ଭ ହେବାର 22ଦିନରେ 71ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଗତ 24 ଘଂଟାରେ ତିନିଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସବୁଠୁ ଅଧିକ 34 ତୀର୍ଥଯାତ୍ରୀଙ୍କ ମୃତ୍ୟୁ କେଦାରନାଥରେ ହୋଇଛି । ଅଧିକାଂଶ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହାର୍ଟଆଟାକ ଓ ପଲ୍ମୋନରୀ ଏଡିମା କାରଣରୁ ହୋଇଛି ।
ଚାରିଧାନ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ, ଯମୁନେତ୍ରୀ ଉଚ୍ଚ ହିମାଳୟୀ ଅଂଚଳରେ ରହିଛି, ଯେଉଁଠାରେ ଥଣ୍ଡା ସହିତ ଅକ୍ସିଜେନ କମି କାରଣରୁ ଶ୍ୱାସକ୍ରିୟାରେ ସମସ୍ୟା ହେଉଛି । ମେ 10ରୁ ଆରମ୍ଭ ହୋଇଥିବା ଚାରିଧାମ ଯାତ୍ରାରେ 22ଦିନରେ ହୃଦୟ ଗତି ବନ୍ଦ ହେବା, ପମ୍ଲୋନରୀ ଏଡିମା, ହାଇପୋଥର୍ମିୟା ଓ ମୁଣ୍ଡରେ ଗମ୍ଭୀର ଆଘାତ କାରଣରୁ ଏବେ ସୁଦ୍ଧା 71 ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଥିରୁ କେଦାରନାଥରେ 34, ବଦ୍ରିନାଥରେ 16, ଯମୁନେତ୍ରୀରେ 15, ଗଙ୍ଗୋତ୍ରୀରେ 6ଜଣଙ୍କ ମୃତ୍ୟୁ ହୋଇଛି ।