ନୂଆଦିଲ୍ଲୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର କେନ୍ଦ୍ର ତଥା ବିଜେପିକୁ ଅପିଲ କରିଛନ୍ତି ଯେ, ସେ ଉତ୍ତରପ୍ରଦେଶ ଓ ହରିୟାଣା ସରକାରଙ୍କ ଠାରୁ ଦିଲ୍ଲୀର ପାଣି ଚାହିଦାକୁ ପୂରଣ କରିବା ପାଇଁ ସହାୟତା କରିବାକୁ ଅନୁରୋଧ କରନ୍ତୁ ।
କେଜରିୱାଲ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଏଥର ପୂରା ଦେଶରେ ପ୍ରବଳ ଗରମ ଅନୁଭୂତ ହେଉଛି, ଯେଉଁ କାରଣରୁ ସାରା ଦେଶରେ ପାଣି ଓ ବିଜୁଳି ସଂକଟ ସୃଷ୍ଟି ହୋଇଛି । ଗତବର୍ଷ, ଦିଲ୍ଲୀରେ ବିଜୁଳିର ପିକ୍ ଡିମାଣ୍ଡ 7438 ମେଗାୱାଟ ଥିଲା । ଏହାର ମୁକାବିଲାରେ ଏଥର ପିକ୍ ଡିମାଣ୍ଡ 8302 ମେଗାୱାଟରେ ପହଂଚିଛି । ଏହାପରେ ବି ଦିଲ୍ଲୀରେ ବିଜୁଳି ସ୍ଥିତି ନିୟନ୍ତ୍ରଣରେ ଅଛି, ଅନ୍ୟ ରାଜ୍ୟ ପରି ପାୱାର କଟ୍ ହେଉନାହିଁ ।
ଭୀଷଣ ଗରମ କାରଣରୁ ପାଣିର ଡିମାଣ୍ଡ ବହୁତ ବଢିଯାଇଛି । ଯେଉଁ ପାଣି ଦିଲ୍ଲୀକୁ ପଡୋଶୀ ରାଜ୍ୟରୁ ମିଳୁଥିଲା, ତାକୁ ବି କମ କରିଦିଆଯାଇଛି । ପାଣିର ଡିମାଣ୍ଡ ବଢିଥିବା ବେଳେ ଯୋଗାଣ କମ୍ ହୋଇଯାଇଛି । ଆମ ସମସ୍ତଙ୍କୁ ମିଳିତ ଭାବେ ଏହାର ନିବାରଣ କରିବାକୁ ପଡିବ ।