ଶ୍ରୀନଗର,ନୂଆଦିଲ୍ଲୀରୁ ଆସୁଥିବା ଭିସ୍ତାରାର ଫ୍ଲାଇଟ ୟୁକେ 611କୁ ନିଶାନା କରି ବୋମା ଧମକ କଲ୍ ଆସିବା ପରେ ଶ୍ରୀନଗର ଇଂଟର ନ୍ୟାସନାଲ ଏୟାରପୋର୍ଟରେ ଏୟାରପୋର୍ଟ ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।
ଏୟାର ଟ୍ରାଫିକ କଂଟ୍ରୋଲ ଶ୍ରୀନଗରକୁ ଧମକପୂର୍ଣ୍ଣ କଲ୍ ମିଳିବା ପରେ କେନ୍ଦ୍ରୀୟ ଔଦ୍ୟୋଗିତ ସୁରକ୍ଷାବଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସ୍ଥାପିନ ସୁରକ୍ଷା ପ୍ରୋଟୋକଲ ପାଳନ କରି ସିଆଇଏସଏଫ ତୁରନ୍ତ ବିମାନ ଖାଲା କରାଇଥିଲା ଏବଂ ବିମାନ ଓ ଏହାର ଆଖପାଖର ତଲାସୀ ନେଇଥିଲା । ଯାଂଚ ସମୟରେ ଯାତ୍ରୀ ଓ ଚାଳକ ଟିମର ସଦସ୍ୟଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ବୋମା ନିରୋଧକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ବିମାନରେ ସନ୍ଦିଗ୍ଧ ବସ୍ତୁର ଯାଂଚ କରାଯାଇଥିଲା । ତଲାସୀ ପରେ କୌଣସି ବିସ୍ଫୋଟକ ମିଳିନଥିଲା । ଏହାପରେ ସାମାନ୍ୟ ପରିଚାଳନ ପୁଣି ଆରମ୍ଭ ହୋଇଥିଲା ।