ନୂଆଦିଲ୍ଲୀ, ଗତ ସପ୍ତାହ ଧରି ଦିଲ୍ଲୀ ଜଳ ବୋର୍ଡ ଦିଲ୍ଲୀରେ ନିୟମିତ ଓ ଯଥେଷ୍ଟ ପରିମାଣର ଜଳଯୋଗାଣ କରିପାରୁନାହିଁ । ଯେଉଁ କାରଣରୁ ଦିଲ୍ଲୀର ଲୋକଙ୍କ ସମସ୍ୟା ବୃଦ୍ଧି ପାଇଛି । ଅନ୍ୟପଟ ଦିଲ୍ଲୀରେ ପାଣିର ଅଭାବକୁ ନେଇ ଦିଲ୍ଲୀ ସରକାର ହରିୟାଣାକୁ ଦାୟୀ କରିଛନ୍ତି । ଦିଲ୍ଲୀ ସରକାର କହିଛନ୍ତି ଯେ, ଦିଲ୍ଲୀରେ ଜଳଯୋଗାଣର ଦାୟିତ୍ୱ ସମସ୍ତଙ୍କର ଅଟେ ଏବଂ ଏହାସହିତ ଦୁଇ ରାଜ୍ୟରୁ ପାଣି ଆଣିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପଟେ ଦିଲ୍ଲୀରେ ଜଳ ଅଭାବକୁ ନେଇ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦିଲ୍ଲୀ ବିଜେପି ଜଳସଙ୍କଟକୁ ନେଇ ଶୁକ୍ରବାର ସହିଦୀ ପାର୍କରୁ ଦିଲ୍ଲୀ ସଚିବାଳୟ ଯାଏ ବିକ୍ଷୋଭ ପ୍ରଦର୍ଶନ କରିଛି ।