
ନୂଆଦିଲ୍ଲୀ– ଦିଲ୍ଲୀ ସରକାର ମନ୍ତ୍ରୀ ଆତିଶି ଦିଲ୍ଲୀରେ ଜଳ ଯୋଗାଶ ପାଇଁ କେନ୍ଦ୍ର ଜଳମନ୍ତ୍ରୀଙ୍କୁ ସହାୟତା ପାଇଁ ଗୁହାରି କରିଛନ୍ତି । ଆତିଶି ଶୁକ୍ରବାର କେନ୍ଦ୍ର ଜଳମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଅନୁରୋଧପୂର୍ବକ ଲେଖିଥିବା ପତ୍ରରେ ଏହା ବି କହିଛନ୍ତି ଯେ, ଦିଲ୍ଲୀବାସୀଙ୍କୁ ନିୟମିତ ଓ ସମୁଚିତ ଜଳର ଅପୂର୍ତ୍ତି କରିବା ଆମ ସମସ୍ତଙ୍କ ସାମୁହିକ ଦାୟିତ୍ୱ ଅଟେ ।
ଦିଲ୍ଲୀରେ ଜଳ ଅଭାବକୁ ଦର୍ଶାଇ ଆତିଶୀ ଚିଠିରେ କହିଛନ୍ତି ଯେ ଯମୁନା ଜଳର ମାତ୍ରା ଯଥେଷ୍ଟ ହ୍ରାସ ପାଇଛି ଏବଂ ଏଭଳି ପରିସ୍ଥିତିରେ ଦିଲ୍ଲୀରେ ଜଳ ଯୋଗାଣ ହୋଇପାରୁନାହିଁ । ଦିଲ୍ଲୀରେ ପାଣି ପାଇଁ କିଛି ବ୍ୟବସ୍ଥା କରାଯାଉ । ଯେଉଁ ରାଜ୍ୟ ପାଣି ଦେବାକୁ ସକ୍ଷମ ସେହି ରାଜ୍ୟରୁ ପାଣି ଉପଲବ୍ଧ କରାଯାଉ, ଯାହା ଦ୍ୱାରା ଦିଲ୍ଲୀର ଲୋକଙ୍କୁ ସମସ୍ୟା ହେବନାହିଁ ।