ନୂଆଦିଲ୍ଲୀ,ଦିଲ୍ଲୀରେ ଜଳ ସମସ୍ୟାକୁ ନେଇ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପିଟିସନରେ ଦିଲ୍ଲୀରେ ପାଣିର ଅଭାବକୁ ଦେଖି ହରିୟାଣା, ଉତ୍ତରପ୍ରଦୋ ଓ ହିମାଚଳ ପ୍ରଦେଶରୁ ଏକ ମାସ ପାଇଁ ଅତିରିକ୍ତ ପାଣି ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି ।
ଦିଲ୍ଲୀ ସରକାର ପିଟିସନରେ ଭୀଷଣ ଗରମ କଥା ଉଠାଇ କହିଛନ୍ତି ଯେ, ଦିଲ୍ଲୀରେ ପାଣିର ଆବଶ୍ୟକତା ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ରାଜଧାନୀରେ ପାଣିର ଆବଶ୍ୟକତା ପୂରଣ କରିବା ସମସ୍ତଙ୍କ ଦାୟିତ୍ୱ । ଏଥିପାଇଁ ସୀମାବର୍ତ୍ତୀ ରାଜ୍ୟ ଦିଲ୍ଲୀକୁ ପାଣି ଦିଅନ୍ତୁ ।