ଭୁବନେଶ୍ୱର -୧୦ଟି ଟ୍ରେଡ୍ ୟୁନିୟନ ପକ୍ଷରୁ ୨୪ ଘଂଟିଆ ଭାରତ ବନ୍ଦ ପାଳନ ଯୋଗୁଁ ପୂର୍ବତଟ ରେଳ ଅନ୍ତର୍ଗତ ବିଭିନ୍ନ ଅଂଚଳରେ ରେଳ ଚଳାଚଳ ବାଧା ପାଇଥିଲା । ତେବେ ପରେ ରେଳ ଚଳାଚଳ ସ୍ୱାଭାବିକ ରହିଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।
ପୂର୍ବତଟ ରେଳ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ସକାଳ ୬ଟା ବେଳେ ତାଳଚେରରେ , ସକାଳ ୬ଟା ୩୦ରେ ଭୁବନେଶ୍ୱରରେ ,୬ଟା ୧୫ରେ ଭଦ୍ରକରେ. ସକାଳ ୬ଟା ୨୫ରେ କେନ୍ଦୁଝର ଗଡ଼ରେ, ସକାଳ ୭ଟାରେ ବ୍ରହ୍ମପୁରରେ , ସକାଳ ୭ଟା ୨୦ରେ ପୁରୀରେ ଏବଂ ସକାଳ ୮ଟାରେ କଟକରେ ଷ୍ଟେସନ୍ ରେ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା । ଏହାପରେ ଭୁବନେଶ୍ୱର ରେଳ ଷ୍ଟେସନ୍ ରେ ସକାଳ ୯ଟା୩୦ରେ, କେନ୍ଦୁଝରଗଡ଼ରେ ୮ଟା ୨୦ ରେ ଓ ବ୍ରହ୍ମପୁରରେ ୮ଟା ୩୦ରେ ରେଳରୋକ ପ୍ରତ୍ୟାହୃତ ହୋଇଥିଲା । ଏଥିଯୋଗୁଁ ବିଭିନ୍ନ ଷ୍ଟେସନ୍ ରେ ଅଟକି ରହିଥିବା ଅନେକ ଟ୍ରେନ୍ ଚଳାଚଳ କରିଥିଲା ବୋଲି ସୂଚନା ଦିଆଯାଇଛି ।
୬୮୪୦୭ ଭଦ୍ରକ-ବ୍ରହ୍ମପୁର ପାସେଞ୍ଜର୍ ଟ୍ରେନ୍ ଭଦ୍ରକ ଷ୍ଟେସନରେ ସକାଳ ୬: ୩୦ରୁ ଅଟକିଥିଲା ।
୫୮୪୨୫ କେନ୍ଦୁଝରଗଡ଼-ଭୁବନେଶ୍ୱର ପାସେଞ୍ଜର୍ କେନ୍ଦୁଝର ଷ୍ଟେସନରେ ସକାଳ ୬: ୩୦ରୁ ୮: ୪୦ ଯାଏଁ ଅଟକିଥିଲା ।
୧୨୮୯୩ ଭୁବନେଶ୍ୱର-ବଲାଙ୍ଗୀର ଇଂଟରସିଟି ଭୁବନେଶ୍ୱର ଷ୍ଟେସନରେ ସକାଳ ୬ଟା ୩୦ରୁ ୭ଟା୧୫ ଯାଏଁ ଅଟକିଥିଲା ।
୧୨୮୬୩ ହାୱଡ଼ା-ଯଶୋବନ୍ତପୁର ଏକ୍ସପ୍ରେସ୍ ବ୍ରହ୍ମପୁର ଠାରେ ସକାଳ ୬ାରୁ ୮: ୩୦ ଯାଏଁ ଅଟକିଥିଲା ।
୫୮୧୩୨ ପୁରୀ-ରାଉରକେଲା ପାସେଞ୍ଜର ଭୁବନେଶ୍ୱର ଠାରେ ସକାଳ ୬ଟା୪୦ ରୁ ୮ଟା୩୦ ଯାଏଁ ଅଟକିଥିଲା ।
୧୨୮୪୨ ଚେନ୍ନାଇ-ହାୱଡ଼ା କରମଣ୍ଡଳ ଏrପ୍ରେସ୍ ଭୁବନେଶ୍ୱର ଠାରେ ସକାଳ ୭ଟା୩୦ ରୁ ୮ଟା୨୨ ଯାଏଁ ଅଟକିଥିଲା ।
୧୨୮୪୪ ଅହମଦାବାଦ-ପୁରୀ ଏrପ୍ରେସ୍ ବାଲୁଗାଁ ଠାରେ ସକାଳ ୭ଟା ୨୫ ରୁ ୭ଟା ୫୦ ଯାଏଁ ଅଟକିଥିଲା ।
୧୮୪୪୮ ଜଗଦଳପୁର-ଭୁବନେଶ୍ୱର ହୀରାକୁଦ ଏକ୍ସପ୍ରେସ୍ ବାଲୁଗାଁ ଠାରେ ସକାଳ ୮ଟାରୁ ୮ଟା ୪୦ ଯାଏଁ ଅଟକିଥିଲା ।
୧୮୬୪୬ ହାଇଦ୍ରାବାଦ-ହାଓଡ଼ା ଇଷ୍ଟ୍ କୋଷ୍ଟ୍ ଏrପ୍ରେସ୍ ନିରାକାରପୁର ଠାରେ ୭ଟା ୫୯ ରୁ ୮ଟା ୩୦ ଯାଏଁ ଅଟକିଥିଲା ।
୧୨୨୪୬ ଯଶୋବନ୍ତପୁର-ହାଓଡ଼ା ଦୂରନ୍ତ ଏrପ୍ରେସ୍ କୁ ନିୟନ୍ତ୍ରଣ କରାଯାଇଥିଲା । ସକାଳ ୯ଟା ୦୭ରେ ଛତ୍ରପୁର ଛାଡ଼ିଥିଲା ।
୧୨୭୦୪ ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏrପ୍ରେସ୍ ସୋମପେଟା ଠାରେ ସକାଳ ୬ଟା୫୫ରୁ ୮ଟା ୨୦ ଯାଏଁ ଅଟକିଥିଲା ।
୬୮୪୨୦ ପଲାସା-ଭୁବନେଶ୍ୱର ମେମୁ ମଣ୍ଡାସା ରୋଡ୍ରେ ସକାଳ ୭ଟା୨୧ରୁ ୮ଟା ୩୪ଯାଏଁ ଅଟକିଥିଲା ।
୧୨୮୪୬ ବାଙ୍ଗାଲୋର୍ କ୍ୟାଂଟ-ଭୁବନେଶ୍ୱର ଏrପ୍ରେସ୍ ପଲାସା ଠାରେ ସକା ୭ଟା୩୬ରୁ ୮ଟା ୪୬ ଯାଏଁ ଅଟକିଥିଲା ।
ଅନ୍ୟପକ୍ଷରେ ଟ୍ରେନ ଗୁଡ଼ିକ ବିଳମ୍ବରେ ·ଲୁଥିବାରୁ ବୁଧବାର ପାଇଁ ୬୮୪୩୮/୬୮୪୩୭ କଟକ-ଭଦ୍ରକ-କଟକ ପାସେଞ୍ଜର୍, ୬୮୪୧୧/୬୮୪୧୨ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ଓ ୫୮୪୦୬/୫୮୪୦୫ ପାରାଦୀପ-କଟକ-ପାରାଦୀପ ପାସେଞ୍ଜର୍ ଲିଙ୍କ୍ ଟ୍ରେନ୍ ଗୁଡ଼ିକୁ ବାତିଲ କରାଯାଇଥିଲା ।