
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ପୁରୀ ବାଣ ବିସ୍ଫୋରଣରେ ଆହତ ମାନଙ୍କୁ ଭେଟିଛନ୍ତି । ସେ ସମ ହସ୍ପିଟାଲରେ ଯାଇ ସେଠାରେ ଚିକିତ୍ସାଧୀନ ଥିବା ଆହତଙ୍କୁ ଭେଟିବା ସବହ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ସେ ସମସ୍ତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ଚିକିତ୍ସା ବ୍ୟବସ୍ଥା ନେଇ ବରିଷ୍ଠ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ।
ସୂଚନା ଯୋଗ୍ୟ, ନରେନ୍ଦ୍ର ପୁଷ୍କରିଣୀରେ ବୁଧବାର ରାତିରେ ଠାକୁରଙ୍କ ଭଉଁରି ଚନ୍ଦନ ଯାତ୍ରା ଚାଲିଥିବାବେଳେ ବାଣ ବିସ୍ଫୋରଣ ଘଟି ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନାବଳକ ଥିବା ସୂଚନା ମିଳିଛି। ଆହତ ମାନଙ୍କୁ କଟକ ଓ ଭୁବନେଶ୍ବର ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।