ମାଲକାନଗିରି, ମାସିକ ଋତୁସ୍ରାବ ବା ପିରିୟଡ୍ସ ଜଣେ କିଶୋରୀ ବା ନାରୀ ଜୀବନର ଏକ ପ୍ରାକୃତିକ ତଥା ସ୍ବାଭାବିକ ପ୍ରକ୍ରିୟା। କିନ୍ତୁ, ଏହାକୁ ନେଇ ଏବେ ବି ମହିଳାଙ୍କ ଭିତରେ ଲାଜ, ସଙ୍କୋଚ ରହିଥିବା ବେଳେ ଅନେକ କ୍ଷେତ୍ରରେ ସେମାନେ ବିଭିନ୍ନ ଅନ୍ଧବିଶ୍ଵାସର ଶିକାର ହେଉଛନ୍ତି। ଋତୁସ୍ରାବ ବିଷୟରେ କିଶୋରୀ, ମହିଳା ତଥା ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବଡି ଦିଦି ଅନୁଷ୍ଠାନ ପକ୍ଷରୁ ବଣ୍ଡା ଘାଟିରେ ପେଡବ୍ୟାଙ୍କ ଖୋଲାଯାଇଛି। ବିଶେଷ କରି ବଣ୍ଡାଘାଟିରେ ବାସ କରୁଥିବା ଯୁବତୀ ଓ ମହିଳାମାନେ ଅସ୍ବଚ୍ଛ କପଡ଼ା ବ୍ୟବହାର କରନ୍ତି। ତେଣୁ ସେମାନଙ୍କୁ କିପରି ଆଧୁନିକତା ସହ ତାଳ ଦେଇ ଚଳିବେ ଏବଂ ସ୍ବଚ୍ଛତା କଣ ବଡି ଦିଦିର ସଦସ୍ୟାମାନେ ବୁଝାଇଥିଲେ।
ଗାଁ ଗାଁ ବୁଲି ବଡି ଦିଦିର ସଦସ୍ୟାମାନେ କିପରି ଋତୁସ୍ରାବ ଦିନ କଣ ପିନ୍ଧିବେ ସେନେଇ ବୁଝାଇଥିଲେ। ଏଥିସହ ପେଡ଼ ବିଷୟରେ ସେମାନଙ୍କୁ ଜ୍ଞାନ ଦେଇଥିଲେ। ବଣ୍ଡାଘାଟିର ବଡପଡ଼ା ଏବଂ ଜାକଲକୁଣ୍ଡିରେ ଦୁଇଟି ପେଡ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ। ଏହି ପେଡ ବ୍ୟାଙ୍କରେ ପେଡଗୁଡ଼ିକ ରହିଥିବ। ମହିଳା ହେଉ କି ଯୁବତୀ ସେମାନେ ଋତୁସ୍ରାବ ସମୟରେ ଏହି ପେଡ ମାଗଣାରେ ଏଠାରୁ ନେଇ ପିନ୍ଧିବେ ବୋଲି କୁହାଯାଇଛି। ଏଥିପାଇଁ ବଡି ଦିଦିଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସହଯୋଗ ମିଳୁଛି।
ବଡିଦିଦିର ସଭାନେତ୍ରୀ ଜୟନ୍ତୀ ବୁରୁଦାଙ୍କ ନେତୃତ୍ବରେ ବହୁ ଯୁବତୀ ବଡ଼ିଦିଦି ସଂଗଠନରେ ସାମିଲ ହୋଇ ଆଦିବାସୀ ମହିଳାମାନଙ୍କୁ ସଚେତନ କରାଉଛନ୍ତି। କିଶୋରୀ ବାଳିକା ହେଉ ବା ଗାଉଁଲି ମହିଳା ସମସ୍ତେ କପଡ଼ା ବ୍ୟବହାର କରନ୍ତି। ତେଣୁ ଏହି ସଂଗଠନ ପକ୍ଷରୁ କପଡ଼ା ହଟାଓ, ପେଡ ପିନ୍ଧ ବୋଲି ସ୍ଲୋଗାନ ଦେଉଛନ୍ତି। ବଡିଦିଦି ର ସଭାନେତ୍ରୀ ଜୟନ୍ତୀ ବୁରୁଦାଙ୍କ ନେତୃତ୍ବରେ ବହୁ ଯୁବତୀ ବଡ଼ିଦିଦି ସଂଗଠନରେ ସାମିଲ ହୋଇ ଆଦିବାସୀ ମହିଳାମାନଙ୍କୁ ସଚେତନ କରାଉଛନ୍ତି। ଗତ ୮ ବର୍ଷ ହେଲା ସରକାର ଏହି ଦିବସକୁ ପାଳନ କରିବା ସହ ମହିଳା ଓ ଯୁବତୀଙ୍କୁ ସଚେତନ କରାଉଛନ୍ତି। ଗ୍ରାମାଞ୍ଚଳରେ ମହିଳା ସଚେତନ ନଥିବାରୁ ଅସ୍ବଚ୍ଛ ରହୁଥିବା ବେଳେ ସହରାଞ୍ଚଳରେ ମହିଳା ବେଶ ସଚେତନ ରହିଛନ୍ତି। ବଡିଦିଦିର ସଦସ୍ୟାମାନଙ୍କ ମଧ୍ୟରୁ ସମ୍ବାରି ବଡନାୟକ, ଚଙ୍କି ବଡ଼ନାୟକ, ଆଦିବାରି ଶିଶା, ଲକ୍ଷ୍ମୀ କିରସାନୀ, ମୁସକାନ କିରସାନୀ ବଣ୍ଡାଘାଟିରେ ଏହି ଦିବସ ପାଳନ ସହ ସଚେତନ କରାଇଛନ୍ତି।