
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଧିନସ୍ଥ ଝାକରପଡା (ବାନେର ) ଗ୍ରାମର ଅମିତ କୁମାର ମୁଣ୍ଡଙ୍କ ପୁଅ ଅଙ୍କିତ ମୁଣ୍ଡ ବରପାଲି ବରଗଡ ସ୍ଥିତ ଏଞ୍ଜେଲସ ପବ୍ଲିକ ସ୍କୁଲରେ ପାଠ ପଢୁଥିଲେ। ବର୍ତ୍ତମାନ ୨୦୨୪ ସିବିଏସଇ ପରୀକ୍ଷାରେ ସର୍ବୋଚ୍ଚ ୯୭ ପ୍ରତିଶତ, ୪୮୫ ମାର୍କ ପାଇ ଉତୀର୍ଣ୍ଣ ହୋଇ ସ୍କୁଲରେ ଟପ ହୋଇଥିବାରୁ ବିଦ୍ୟାଳୟ କର୍ମକର୍ତ୍ତା ତଥା ବାପା ମା ଓ ଅଞ୍ଚଳ ବାସୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଭିଭାବକ ମହଲରେ ଖୁସି ପ୍ରକାଶ ପାଇଛି।