-
ନିଜ ଆଡୁ ମାମଲା ରୁଜ୍ଜୁ କଲା ପୋଲିସ : ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ- ଏସପି
ପୁରୀ, ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବୁଧବାର ରାତିରେ ଠାକୁରଙ୍କ ଭଉଁରି ଚନ୍ଦନ ଯାତ୍ରା ଚାଲିଥିବା ବେଳେ ବାଣ ବିସ୍ଫୋରଣ ଘଟି ଜଣକର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ମୃତକ ଏକ ଶିଶୁ ଏବଂ ଚିକିତ୍ସାରେ ଅବହେଳା ଯୋଗୁଁ ତାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସେହିପରି ଆହତଙ୍କ ମଧ୍ୟରୁ ୮ ଜଣ ଗୁରୁତର ରହିଛନ୍ତି । ଆହତ ମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । କେତେକ ଆହତ ମଧ୍ୟ ଭୁବନେଶ୍ଵରର ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଅନ୍ୟପକ୍ଷରେ ପୁରୀରେ ବାଣ ବିସ୍ଫୋରଣ ଘଟଣାରେ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ପିନାକ ମିଶ୍ର । ସାଇଂଟିଫିକ୍ ଟିମ୍ ସହ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରିଛନ୍ତି । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ମିଶ୍ର କହିଛନ୍ତି ।
ପ୍ରକାଶ ଥାଉକି, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଓ ବର୍ଣ୍ଣ ୱାର୍ଡ ନଥିବାରୁ କେତେକ ଆହତଙ୍କୁ ଗତକାଲି ପ୍ରଥମେ ସର୍ଜରୀ ୱାର୍ଡରେ ଚିକିତ୍ସା କରାଯାଇଥିଲା । ଯାହାକୁ ନେଇ ଡାକ୍ତରଖାନାରେ ଉତେଜନା ପ୍ରକାଶ ପାଇଥିଲା ।