
ମୁରୈନା– ଭୋପାଳର ରାନୀ କମଳାପତି ଷ୍ଟେସନରୁ ଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ବୁଧବାର ମୁରୈନା ନିକଟରେ ବଡ ଦୁର୍ଘଟଣାର ଶିକାର ହେବାରୁ ବର୍ତ୍ତିଯାଇଛି । ମୁରୈନା ରେଲୱେ ଷ୍ଟେସନ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ୱେଲ୍ଡିଂ ବେଲ୍ଟ ସହ ଧକ୍କା ହୋଇଛି । ଏହାପରେ ଜୋରଦାର ବିସ୍ଫୋରଣ ହୋଇଛି । ଏହି ଘଟଣା ପରେ ପ୍ରାୟ 40 ମିନିଟ ଯାଏ ବନ୍ଦେ ଭାରତ ଏକ୍ସପ୍ରେସ ମୁରୈନା ଷ୍ଟେସନ ନିକଟରେ ଠିଆ ହୋଇରହିଥିଲା । ଏହି ସମୟରେ ଯାତ୍ରୀମାନେ ଚିନ୍ତିତ ହୋଇପଡିଥିଲେ ।
ଦୁର୍ଘଟଣା ବୁଧବାର ପ୍ରାୟ 10ଟା ବେଳେ ହୋଇଛି । ଟ୍ରେନ ତାର ନିର୍ଦ୍ଧାରିତ ସମୟରେ ହିଁ ରାନୀ କମଳାପତି ରେଲୱେ ଷ୍ଟେସନରୁ ଭୋର 5.40ରେ ବାହାରିଥିଲା ଏବଂ ଝାନ୍ସି, ଗ୍ୱୋଲିୟର ଦେଇ ପ୍ରାୟ 10.10ରେ ମୁରୈନା ରେଲୱେ ଷ୍ଟେସନରେ ପହଂଚିଥିଲା, ସେହି ସମୟରେ ୱେଲ୍ଡିଂ ବେଲ୍ଟ ସହିତ ଧକ୍କା ହୋଇଥିଲା ।