
ଦେବରିୟା– ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଏକ ନିର୍ବାଚନୀ ଜନସଭାରେ ବିରୋଧୀ ଦଳକୁ ହମଲା କରିଛନ୍ତି । ଶାହ କହିଛନ୍ତି ଯେ, କଂଗ୍ରେସ ପଛୁଆବର୍ଗଙ୍କ ସଂରକ୍ଷଣ କାଟି ମୁସଲିମଙ୍କୁ ଦେଇଛି । କଂଗ୍ରେସ ମିଛ ଆଧାରରେ ରାଜନୀତି କରୁଛି । ଏହି ଲୋକେ ସଂରକ୍ଷଣ ନାମରେ ଲୋକଙ୍କୁ ଭ୍ରମିତ କରୁଛନ୍ତି । ମୋଦି 10 ବର୍ଷରୁ ପ୍ରଧାନମନ୍ତ୍ରୀ ଅଛନ୍ତି । ସଂରକ୍ଷଣକୁ ହାତ ମାରିନାହାନ୍ତି । ଯେତେଦିନ ଯାଏ ସଂସଦରେ ଜଣେ ବି ସାଂସଦ ବିଜେପିର ଥିବେ ଗରିବ ଆଦିବାସୀ ତଥା ପଛୁଆବର୍ଗଙ୍କ ସଂରକ୍ଷଣକୁ କେହି ହାତ ମାରିପାରିବେ ନାହିଁ ।
ଅମିତ ଶାହ ଦେବରିୟାର ଚିନି କଳ ପଡିଆରେ ବିଜେପି ପ୍ରାର୍ଥୀ ଶଶାଙ୍କ ମଣି ତ୍ରିପାଠୀଙ୍କ ସମର୍ଥନରେ ଆୟୋଜିତ ଜନସଭାରେ କର୍ଣ୍ଣାଟକର କଂଗ୍ରେସ ସରକାରର ନିଷ୍ପତ୍ତି କଥା ଉଠାଇ କଂଗ୍ରେସ ତୁଷ୍ଟିକରଣ ରାଜନୀତି ପାଇଁ ପଛୁଆ ସମାଜର ସଂରକ୍ଷଣ ଉପରେ କଇଁଚି ଚଳାଇବାର କାମ କରିଛି ।