ନୂଆଦିଲ୍ଲୀ, ଦିଲ୍ଲୀର ଉପରାଜ୍ୟପାଳ ଭିକେ ସାକସେନା ଭୀଷଣ ଗରମରୁ ଶ୍ରମିକଙ୍କ ଆଶ୍ୱସ୍ତି ଦେବା ପାଇଁ ଦ୍ୱିପ୍ରହର ସମୟରେ ତିନି ଘଂଟା ଆରାମ ଘୋଷଣା କରିଛନ୍ତି । ଏହି ଅବଧି ସମୟରେ ଶ୍ରମିକଙ୍କ ବେତନ କାଟ କରାଯିବନି ।
ଦିଲ୍ଲୀର ଉପରାଜ୍ୟପାଳ ଭିକେ ସାକସେନା ଆଜି ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଦିଲ୍ଲୀର ଉପରାଜ୍ୟପାଳ ଭୀଷଣ ଗରମକୁ ଦେଖି ଶ୍ରମିକଙ୍କ ପାଇଁ ଦ୍ୱିପ୍ରହର 12-3 ଟା ଯାଏ ସବେତନ ଛୁଟି ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉପ ରାଜ୍ୟପାଳ ‘ସମର ହିଟ୍ ଆକ୍ସନ ପ୍ଲାନ’ ମୁଖ୍ୟ ସଚିବଙ୍କୁ ତୁରନ୍ତ ବୈଠକ କରିବାକୁ ନିର୍ଦ୍ଦେଶ ଜାରି କରି ନିର୍ମାଣ ସ୍ଥଳରେ ଶ୍ରମିକଙ୍କ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି, ପଇଡ ପାଣି ଉପଲବ୍ଧ କରିବା ଓ ବସଷ୍ଟାଣ୍ଡରେ ମାଠିଆରେ ମାଣି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।