ରାଜକୋଟ, ରାଜକୋଟର ଟିଆରପି ଗେମ ଜୋନରେ ହୋଇଥିବା ଅଗ୍ନିକାଣ୍ଡରେ 25 ମୃତକଙ୍କ ଶବ ପରିଜନଙ୍କୁ ପ୍ରଦାନ କରାଯାଇଛି । ପ୍ରଶାସନ ପକ୍ଷରୁ ଏବେ ସୁଦ୍ଧା 28ଜଣ ଲୋକଙ୍କ ମୃତ୍ୟୁ ନେଇ ସୂଚନା ମିଳିଛି । ଗେମ ଜୋନରେ 3 କୋଟି ଟଙ୍କା ନିବେଶ କରିଥିବା ପ୍ରକାଶ ହିରଣ ଜୈନଙ୍କର ବି ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସିସିଟିଭି ଫୁଟେଜରେ ସେ ନିଆଁ ଲିଭାଉଥିବାର ଦେଖାଯାଇଥିଲା, କିନ୍ତୁ ପରେ ତାଙ୍କୁ ବାହାରକୁ ଆସିଥିବାର କେହି ଦେଖିନାହାନ୍ତି, ତେଣୁ ତାଙ୍କର ମୃତ୍ୟୁ ହେବା ନେଇ ପୂର୍ବରୁ ଆଶଙ୍କା କରାଯାଉଥିଲା ।
ରାଜକୋଟ ଗେମ୍ ଜୋନ ଦୁର୍ଘଟଣାରେ ଅଗ୍ନିକାଣ୍ଡର ଶିକାର 28ଜଣ ଲୋକଙ୍କୁ ପରିଜନଙ୍କ ଡିଏନଏ ନମୁନା ଗାନ୍ଧିନଗର ସ୍ଥିତ ଫୋରେନସିକ ସାଇନ୍ସ ଲ୍ୟାବକୁ ପଠାଯାଇଥିଲା, ଯେଉଁଥିରୁ 25ଜଣଙ୍କ ରିପୋର୍ଟ ଆସିଛି । ଡିଏନଏ ମ୍ୟାଚ କରିବା ପରେ ପରିଜନଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।