
-
ଦିନକ ପରେ କେରଳ ଛୁଇଁପାରେ ମୌସୁମୀ
ନୂଆଦିଲ୍ଲୀ, ଉତ୍ତର ପଶ୍ଚିମ ଭାରତରେ ବୁଧବାର ହିଟୱେଭ ସ୍ଥିତି ଜାରି ରହିଛି । ତାପମାତ୍ରା 45 ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ମଙ୍ଗଳବାର ରାଜଧାନୀର କିଛି ସ୍ଥାନରେ ତାପମାତ୍ରା 50 ଡିଗ୍ରୀ ରେକର୍ଡ କରାଯାଇଥିଲା ।
ଆଜି ବି ପଶ୍ଚିମ ରାଜସ୍ଥାନ, ପଂଜାବ, ହରିୟାଣା ସହିତ କିଛି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜି ବି ମଙ୍ଗଳବାର ପରି ଅତ୍ୟଧିକ ତାପମାତ୍ରା ରେକର୍ଡ ହୋଇପାରେ ।
ମଙ୍ଗଳବାର ରାଜସ୍ତାନର ଚୁରୁରେ ତାପମାତ୍ରା 50 ଡିଗ୍ରୀ ରେକର୍ଡ କରାଯାଇଥିଲା । ଏହାସହିତ କିଛି ରାଜ୍ୟରେ ସର୍ବାଧିକ ତାପମାତ୍ରା 48 ଡିଗ୍ରୀ ଉପରକୁ ରେକର୍ଡ କରାଯାଇଥିଲା ।
ତେବେ କାଲି ସ୍ଥିତିରେ ସାମାନ୍ୟ ସୁଧାର ଆସିପାରେ । ଆସନ୍ତା 24 ଘଂଟାରେ କେରଳ ଛୁଇଁପାରେ ମୌସୁମୀ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।