-
ରାଜ୍ୟ ରେ ଗଣତନ୍ତ୍ର ଉପରେ ଅମଲାତନ୍ତ୍ର ଭାରି ନିର୍ବାଚନ ଆୟୋଗ ଙ୍କ ଟିପ୍ପଣୀ ଓ କାର୍ଯ୍ୟାନୁଷ୍ଠାନ ରୁ ପ୍ରମାଣିତ ହେଉଛି – ଡ଼.ପ୍ରମୋଦ ରଥ
ସମ୍ବଲପୁର – ରାଜ୍ୟ ରେ ଅମଲାତାନ୍ତ୍ରିକ ସର୍ବସ୍ବ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିଷୟ ରେ ବହୁଦିନ ରୁ ଆମ ଦଳ ର ନେତୃମଣ୍ଡଳୀ ଅଭିଯୋଗ କରି ଆସୁଛୁ । ବିଗତ କିଛି ବର୍ଷ ଧରି ରାଜ୍ୟ ସରକାର ଙ୍କ ଆଚାରଣ ଓ ଉଚ୍ଚାରଣ ଏହି ଅଭିଯୋଗ କୁ ଖୋରାଖ ଯୋଗାଉଥୁବା ବେଳେ ବର୍ତ୍ତମାନ ନିର୍ବାଚନ ଆୟୋଗ ଙ୍କ କାର୍ଯ୍ୟାନୁଷ୍ଠାନ ଏହାକୁ ଠିକ ବୋଲି ପ୍ରମାଣିତ କରି ସାରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଏଭଳି ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେପି ନେତା ଡ଼. ପ୍ରମୋଦ ରଥ ।
ଡ଼.ରଥ ତାଙ୍କର ଅଭଯୋଗ ରେ ଆହୁରି କହିଛନ୍ତି ଯେ ରାଜ୍ୟ ରେ ଦୀର୍ଘ ୨୪ ବର୍ଷ ଧରି ଶାସନ କ୍ଷମତା ରେ ରହିଥିବା ବିଜେଡି ଦଳ ର ସୁପ୍ରିମୋ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଙ୍କ ସମେତ ଦଳୀୟ ନେତା, ମନ୍ତ୍ରୀ, ବିଧାୟକ, ସାଂସଦ ନିର୍ଦ୍ଧିଷ୍ଟ ଏକ କୁଚକ୍ରୀ ଅଣଓଡ଼ିଆ ଅମଲା ଗୋଷ୍ଠୀ ଙ୍କୁ ଦ୍ୱାରା ପରିଚାଳିତ ହୋଇ ଆସୁଛନ୍ତି । ଏହି ଅଭିଯୋଗ ଆହୁରି ପରିପୃଷ୍ଠ ସେତେବେଳେ ହେଲା ଯେତେବେଳେ ଭି.କାର୍ତ୍ତିକେୟନ ପାଣ୍ଡିଆଁନ ଙ୍କୁ 5T ବିଭାଗ ର ସଚିବ ଭାବେ ନିଯୁକ୍ତି ଦିଆଯାଇ ରାଜ୍ୟ ରେ ସମସ୍ତ ବିଭାଗ କୁ ତାଙ୍କ ଅଧୀନ କୁ ଠେଲି ଦିଆ ଯାଇଥିଲା । ଏହାକୁ ନେଇ ରାଜ୍ୟ ବିଜେପି ବିଧାନସଭା ରୁ ଆରମ୍ଭ କରି ରାଜନୈତିକ ସଭା ସମିତି, ଗଣମାଧ୍ୟମ ରେ ସ୍ୱରଉତ୍ତୋଳନ କରି ଏହାକୁ ବିରୋଧ କରିଥିଲା । ଶେଷ ରେ ବାଧ୍ୟ ହୋଇ ଭି କାର୍ତ୍ତିକେୟାନ ପାଣ୍ଡିଆଁନ ନିଜର ସରକାରୀ ପଦବୀ ରୁ ସ୍ବେଛାକୃତ ଅବସର ନେଇ ବିଜେଡି ରେ ଯୋଗ ଦେଇଥିଲେ । ସରକାର ପୁଣି ତାଙ୍କୁ 5ଟି ସଚିବ ରୁ ପରିବର୍ତ୍ତନ କରି 5ଟି ଅଧ୍ୟକ୍ଷ ପଦବୀ ରେ ଅଳଙ୍କୃତ କରେଇଲେ । ବୁଲେଇ ବଙ୍କେଇ ସ୍ଥିତି ଯଥା ପୂର୍ବଂ ତଥା ପରଂ ହୋଇ ରହିଲା । ରାଜ୍ୟ ସରକାର ଙ୍କ ଚେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଲେ ସତ କିନ୍ତୁ ଭି କାର୍ତ୍ତିକେୟାନ ପାଣ୍ଡିଆଁନ ସୁପର ଚିଫ ମିନିଷ୍ଟାର ହୋଇ ରାଜ୍ୟ ସରକାର କୁ ନିଜ ନିୟନ୍ତ୍ରଣ ରେ ରଖିଲେ ।
ଏଭଳି ଚାରି ପାଞ୍ଚ ଜଣ ଅଣଓଡ଼ିଆ ପ୍ରଶାସନିକ ଅଧିକାରୀ ମୁଖ୍ୟମନ୍ତ୍ରୀ ଙ୍କୁ ଆୟତ୍ତ କରି ସମ୍ପୂର୍ଣ୍ଣ ଭାବେ ରାଜ୍ୟ ର ଶାସନ ବ୍ୟବସ୍ଥା କୁ ନିଜ ଅକ୍ତିଆର କୁ ନେଇ ରାଜ୍ୟ ର ଖଣି, ଖାଦାନ, ରାଜସ୍ବ, ରାଜକୋଷ କୁ ଲୁଟ କରି ଚାଲିଥିଲେ ବୋଲି ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥୁଲା । କଥା କେବଳ ସେତିକି ରେ ସରିନଥିଲା । ଏଇ ଅଧିକାରୀ ମନେ ପରୋକ୍ଷରେ ବିଜେଡି ଦଳ ପାଇଁ ଓ ଶାସକ ଦକ ର ହିତ ରକ୍ଷା ପାଇଁ କାର୍ଯ୍ୟ କରି ଆସୁଥୁଲେ ବୋଲି ଅଭିଯୋଗ ଥିଲା ।
ଏବେ ନିର୍ବାଚନ ଆଯୁକ୍ତ ଙ୍କ ବିଭିନ୍ନ ଟିପ୍ପଣୀ ଓ କାର୍ଯ୍ୟାନୁଷ୍ଠାନ ରୁ ଏସବୁ ଅଭଯୋଗ ର ସତ୍ୟତା କୁ ପ୍ରମାଣିତ କରୁଛି । ପ୍ରଥମେ ସୁଜାତା କାର୍ତ୍ତିକେୟାନ ପାଣ୍ଡିଆଁନ ଙ୍କୁ ମିଶନ ଶକ୍ତି ବିଭାଗ ରୁ ଅର୍ଥ ବିଭାଗ କୁ ବଦଳି, ପୁଣି ରାଜ୍ୟ ର ବିଭିନ୍ନ ଅଧିକାରୀ ଙ୍କୁ ନିଲମ୍ବନ ଏବଂ ଏବେ ଡ଼ି.ଏସ.କୁଟେ ଙ୍କ ନିଲମ୍ବନ ଓ ଆଶିଷ ସିଂ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଦେଶ ମୁଖ୍ୟମନ୍ତ୍ରୀ ଙ୍କ ଏହି ଅଣଓଡ଼ିଆ ଅମଲା ଙ୍କ କୋଟେରୀ ର ପର୍ଦ୍ଦାଫାଶ କରିବା ସଙ୍ଗେ ଗଣତନ୍ତ୍ର ଉପରେ ଅମଲାତନ୍ତ୍ର ର ଆରୋପ କୁ ସତ୍ୟ ବୋଲି ପ୍ରମାଣିତ କରି ସରିଛି ବୋଲି ଡ଼.ରଥ କହିଥିଲେ ।
ଡ଼.ରଥ ଆହୁରି କହିଥିଲେ ଯେ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ରେ ବିଜେଡି ଦଳ ର ରାଜନୈତିକ ସଭାସମିତି, ରେଲି ର ଆସୁଥୁବା ଭିଡିଓ ସବୁ ଓଡ଼ିଆ ଙ୍କୁ ବହୁତ ଆଘାତ ପହଞ୍ଚାଇଛି । ବିଜେଡି ର ବିଭିନ୍ନ କାର୍ଯ୍ୟକ୍ରମ ରେ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭି କାର୍ତ୍ତିକେୟାନ ପାଣ୍ଡିଆଁନ ଯେଭଳି ଆଚାରଣ ପ୍ରଦର୍ଶିତ କରୁଛନ୍ତି ତାହା କେବଳ ମୁଖ୍ୟମନ୍ତ୍ରୀ ଙ୍କ ଅପମାନ ନୁହେଁ ଏହା ସାଢେ ଚାରି କୋଟି ସ୍ୱାଭିମାନୀ ଓଡ଼ିଆ ଙ୍କ ଅପମାନ । ଓଡିଶାବାସୀ ଏହି ତାମିଲ କୁଚକ୍ରୀ ଗୋଷ୍ଠୀ ଙ୍କ ଷଡଯନ୍ତ୍ର ର ଉଚିତ ଜବାବ ଦେବେ ଏ ବିଶ୍ୱାସ ଆମର ରହିଛି ।