ବଲାଙ୍ଗିର – ବର୍ତ୍ତମାନ ସବୁ ଆଡେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି । ଆଉ ଏହି ଗ୍ରୀଷ୍ମ ଋତୁ ଅବା ଗରମ ମାସ ଆସିଲେ ବିଶେଷ କରି ଟିଟିଲାଗଡ ବେଶ ଚର୍ଚ୍ଚାରେ ରହିଥାଏ । ସେହି ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଅଞ୍ଚଳ ମଧ୍ୟ ଗରମ ତାବା ଭଲି ତାତି ଉଠେ ଏବଂ ଅଞ୍ଚଳର ଜନ ସାଧାରଣ ମଧ୍ୟ ସତେ ଯେମିତି ଗରମ ତାବା ରେ ପଡ଼ି ଆଉଟୁ ପାଉଟୁ ହୋଇଯାଆନ୍ତି । କାହିଁକି ନା ସିନ୍ଧେକେଲା ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗ ରେ ବଡ଼ବଡ଼ ପାହାଡ଼ ଦଣ୍ଡାୟମାନ ଥିବାବେଳେ କେବଳ ଗୋଟିଏ ଖୁଜେନ ପାହାଡ଼ରେ ଗଛ ଥିବା ବେଳେ ଗୀତଘରା ଓ ନିଶାନୀ ଲଣ୍ଡା ପାହାଡ଼ ହୋଇ ରହିଛି । ତେବେ ବନବିଭାଗ ତରଫରୁ କିଛି ବର୍ଷ ତଳେ ବନିକରଣ କରାଯାଇଥିଲେ ହେଁ ତାହା ଆଶାନୁରୂପ ବଢିପାରୁନାହିଁ । ଏପଟେ ସିନ୍ଧେକେଲା ର ଦକ୍ଷିଣ ଦିଗରେ ଥିବା ବିସ୍ତୀର୍ଣ୍ଣ ଉନ୍ଦେର ନଦୀରୁ ଲଗାତାର ବାଲି ଉତ୍ତୋଳନ ଯୋଗୁଁ ଆହୁରି ସମସ୍ୟା ବଢିବାରେ ଲାଗିଥିବା ସଚେତନ ଲୋକେ ଅଭିଯୋଗ କରନ୍ତି । ଅସହ୍ୟ ଗରମ ରେ ଦିନ ୧୧ ଟା ପରେ ରାସ୍ତା ଘାଟ ଶୁନଶାନ୍ ହୋଇଯାଉଥିବା ଦେଖାଯାଇଛି । କିନ୍ତୁ ଏବେ ବେଳ ଆସିଯାଇଛି ସଚେତନ ହେବାର ଏବେ ସମୟ ଆସିଯାଇଛି ପ୍ରକୃତି ଦେଇଥିବା ପ୍ରାକୃତିକ ସମ୍ପଦର ସୁରକ୍ଷା କରି ଜଙ୍ଗଲ ବଢାଇବା ପାଇଁ ପ୍ରଶାସନ ସଂପୂର୍ଣ୍ଣ ନଜର ଦେବାକୁ ପଡ଼ିବ ନ ହେଲେ ଆଗକୁ ସିନ୍ଧେକେଲା ଅଞ୍ଚଳ ବାସୀ ଏ ଅଞ୍ଚଳରେ ବସବାସ କରିବା ବେଶ କଷ୍ଟକର ହୋଇପଡିବ ବୋଲି ସମାଜସେବୀ ଅନିଲ କୁମାର ତ୍ରିପାଠୀ , ବଣିକ ସଂଘ ସଭାପତି ସୁବାଷ ଜୈନ , ସାମ୍ବାଦିକ ଦୀନେଶ ଜୈନ , ଯୁବନେତା ନରେଶ ରଣା, ଯୁବନେତା ଯୁବରାଜ ବାଗ ପ୍ରମୁଖ କହିଛନ୍ତି । ଗରମରେ ସିନ୍ଧେକେଲା ଅଞ୍ଚଳ ଗରମ ତାବାରେ ବସିଛି, ଏବେଠୁ ସଚେତନ ନ ହେଲେ ଆଗକୁ ଆହୁରି କଷ୍ଟ ବଢିପାରେ ।
Related Stories
January 14, 2025
January 14, 2025