ଭୁବନେଶ୍ୱର, ବିରୋଧୀ ନେତା ମୋ ପ୍ରତି ଅଶାଳୀନ ବ୍ୟବହାର କରୁଛନ୍ତି ।ଏହାର ଜବାବ ଓଡିଶାବାସୀ ଦେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ଏକ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
ସେ କହିଛନ୍ତି, ସାଢେ ୪ କୋଟି ଓଡିଶାବାସୀଙ୍କୁ ମୁଁ ଜିଜ ପରିବାର ଭାବି ସେବା କରିଆସୁଛି । ସୁଖଦୁଃଖରେ ମୁଁ ସବୁବେଳେ ସେମାନଙ୍କ ସହ ଅଛି । କୋଭିଡ ମୁକାବିଲା ହେଉ କି ବନ୍ୟା, ବାତ୍ୟା ହେଉ ସବୁଥିରେ ମୁଁ ସେମାନଙ୍କ ସହ ଛିଡା ହୋଇଛି । ଶେଷ ଯାଏଁ ଛିଡା ହୋଇଥିବି ।
ଆହୁରି କହିଛନ୍ତି, ମିଶନ ଶକ୍ତି ମା’ମାନଙ୍କ ସଫଳତା ମୋତେ ବହୁତ ଖୁସି ଦେଇଛି । ସେହିଭଳି ଆମ ରାଜ୍ୟର ଯୁବପୀଢି ଆତ୍ମବିଶ୍ୱାସର ସହ ଆଗକୁ ବଢୁଛି । ଯୁବ ଶକ୍ତି ହିଁ ଓଡିଶାକୁ ଆଗକୁ ନେବ ଓ ଦେଶରେ ଓଡିଶାକୁ ନମ୍ବର ୱାନ କରିବେ । ହେଲେ ଦୁଃଖର କଥା ବାହାର ନେତାମାନେ ଆସି ମୋତେ ବ୍ୟକ୍ତିଗତ ଭାବେ ଆକ୍ରମଣ କରୁଛନ୍ତି , କଟୁକଥା କହୁଛନ୍ତି ଅଭଦ୍ର ଭାଷାର ବ୍ୟବହାର କରୁଛନ୍ତି । ଆପଣମାନେ ଭଲଭାବେ ଜାଣିଛନ୍ତି ମୁଁ କାହାକୁ କେବେ ଅସମ୍ମାନ କରେ ନାହିଁ କି କଟୁକଥା କୁହେନାହିଁ । ବିଶେଷ କରି ମୋ ରାଜ୍ୟର ମା’ମାନେ ଓ ଯୁବ ବନ୍ଧୁମାନେ ମୋ ପ୍ରତି ହେଉଥିବା ଏ ଅସମ୍ମାନର ଉଚିତ ଜବାବ ୧ ତାରିଖରେ ଭୋଟରେ ଦେବେ । ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ଓଡିଶା ଉପରେ ରହିଛି ଓ ରହିଥିବ ମଧ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।