
ନୂଆପଡ଼ା, ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଖଇରା ବିଜୁ ଏକ୍ସପ୍ରେସ ୱେ ନିକଟରେ ଆଜି ଏକ ଛାତିଥରା ଦୁର୍ଘଟଣା ଘଟିଛି। ଆଜି ଭୋର ପ୍ରାୟ ୪ ସମୟରେ କିଛି ଟ୍ରକ୍ ଆଗ ପଛ ହୋଇ ଦୃତ ଗତିରେ ଆସୁଥିଲେ। ସେଥି ମଧ୍ୟରୁ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ଆଉ ଗୋଟିଏ ଟ୍ରକକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାଫଳରେ ଟ୍ରକର ଚାଳକ ଗାଡ଼ିରେ ଚାପି ହୋଇ ରହିଥିଲେ। ଦୀର୍ଘ ସମୟ ଧରି ଚାପି ହୋଇ ରହିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରାଣ ହରାଇଥିବା ଡ୍ରାଇଭର ଜଣକ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡବିସୀ ଗ୍ରାମର ତିରୁପତି ସିଂ ବୋଲି ଜଣାପଡିଛି। ଖବର ପାଇ ବୋଡ଼େନ ପୋଲିସ ସେଠାରେ ପହଞ୍ଚି ମୃତକଙ୍କ ଶବ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।