ନୂଆପଡ଼ା, ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଫରସରା ଗ୍ରାମପଞ୍ଚାୟତର ସର୍ଗିଗୁଡ଼ା ଗ୍ରାମର ଜୟ ସିଂ ପଟେଲ ନିଜ ଦୁଇ ଝିଅ ଏବଂ ପତ୍ନୀଙ୍କୁ ନେଇ ସୁଖୀ ସଂସାର ଗଢି ଚାଲିଥିଲେ। ହଠାତ ତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ପରିବାର ପ୍ରତିପୋଷଣ ଆର୍ଥିକ ଅଭାବ ଏବଂ ଅନାଟନ ଦେଖା ଯାଇଥିଲା। ଫଳରେ ମା ପୋଡ଼ାବାଇ ପଟେଲ ଏବଂ ବଡ ଝିଅ ଗୋମତୀ ପଟେଲ, ତାଙ୍କ ସାନ ଝିଅ ସଙ୍ଗୀତା ପଟେଲକୁ ନେଇ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ରୂପେ ଆନ୍ଧ୍ରପ୍ରଦେଶ ଯାଇଥିଲେ। ସେଠାରୁ କାମ କରୁଥିବା ସ୍ଥାନରେ ତିନି ଜଣ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ସଙ୍ଗୀତାଙ୍କୁ କାମୁଡାଥିଲା। ସେମାନେ ସାପକୁ ଦେଖିଥିଲେ। ସାପକୁ ମାରିବା ସହ ସାପ କାମୁଡି ନଥିବା ଭାବି ଅନ୍ୟ ଉପାୟ କରୁଥିଲେ। ହଠାତ ସଙ୍ଗୀତାଙ୍କ ମୁହଁରୁ ଫେଣ ବାହାରିବା ବେଳେ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସା ଆରମ୍ଭ ହୋଇଥିଲା। ବିଳମ୍ବ ହେବା କାରଣରୁ ସଙ୍ଗୀତାଙ୍କ ମୃତ୍ୟୁ ହୋଇଥିଲା ।
ବର୍ତ୍ତମାନ ଯୁଗରେ ସାପ କାମୁଡିବା ମାତ୍ରେ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରିବା ଅନିର୍ବାର୍ଯ୍ୟ ଅଟେ। ଚିକିତ୍ସାରେ କାହିଁକି ବିଳମ୍ବ କଲେ କାରଣ ଅସ୍ପଷ୍ଟ ଅଟେ। ରୋଜଗାର କରି ପରିବାର ଆର୍ଥିକ ସ୍ଥିତି ସ୍ଵଚ୍ଛଳ କରିବା ସପନ ମଉଳି ଯାଇଛି। ମା ଓ ଦୁଇ ଝିଅ ରାଜ୍ୟ ବାହାରେ କାମ ବଦଳରେ ଗୋଟିଏ ଝିଅର ମୃତଦେହ ଫେରିଛି।