-
ଇଭିଏମ ଭାଙ୍ଗିବାର ପ୍ରମାଣ ନାହିଁ
ଭୁବନେଶ୍ୱର, ଖୋର୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ କୌଣସି ପ୍ରମାଣ ନ ଥାଇ ଗିରଫ କରାଯାଇଛି । ଥାର୍ଡ ଫ୍ଲୋରର ନିର୍ଦେଶରେ ତାଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ଦଳୀୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଅପରାଜିତା ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହାସହ ତାଙ୍କ ଗିରଫକୁ ବିରୋଧ କରିଛନ୍ତି । ସେ କହିଛନ୍ତି, ଓଡ଼ିଶାରେ ବିଜେପିର ଯାତ୍ରା ସଫଳ ହେବାକୁ ଯାଉଛି । ବିଧାୟକଙ୍କ ବିରୋଧରେ ଅଭିଯୋଗ ନଥିବା ସତ୍ତ୍ୱେ ତାଙ୍କୁ ଗିରଫ କରାଯାଇଛି । ଜଣେ ବି କେହି ତାଙ୍କ ବିରୋଧରେ ଅଭିଯୋଗ କରି ନାହାନ୍ତି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ଘଟଣା ଦିନର ସିସିଟିଭି ୁଟେଜ୍ ମୋର ହସ୍ତଗତ ହୋଇଛି । ଇଭିଏମ୍ ଭାଙ୍ଗିବାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଭୂମିକା ନାହିଁ । ଘଟଣା ଦିନର ସିସିଟିଭି ସାର୍ବଜନୀନ କରିବି । ଘଟଣା ପରେ ବୁଥ ଯାଇଥିଲି, ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା କେହି ଅଭିଯୋଗ କଲେନି । ସିସିଟିଭି ଫୁଟେଜ ଯାଂଚ ନ କରି ଜଣେ ବିଧାୟକଙ୍କୁ ଗିର କରାଗଲା । ଏହା କେଉଁ ପ୍ରକାର ଆଇନ ବ୍ୟବସ୍ଥା, ମୁଖ୍ୟମନ୍ତ୍ରୀ ଓ ତାଙ୍କ କୋଟେରୀ ଏଥିପାଇଁ ଦାୟୀ । ପ୍ରଶାନ୍ତ ଜଗଦ୍ଦେବଙ୍କ ଲୋକପ୍ରିୟତାକୁ ଦେଖି ଡରିଗଲେ କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।
ଜଣେ ବିଜେଡି କର୍ମୀଙ୍କ ଅଡିଓ ତାଙ୍କ ପାଖରେ ଅଛି ବୋଲି ମଧ୍ୟ କହିଛନ୍ତି । ଜଗଦ୍ଦେବଙ୍କ ଭୂମିକା ନଥିବା ସେ ମଧ୍ୟ କହୁଛନ୍ତି । ଦୁଇ ତିନି ଘଣ୍ଟା ଭିତରେ ସିସିଟିଭି ଫୁଟେଜ ସାର୍ବଜନୀନ କରିବି ।
ଛେଣ୍ଡିପଦା ବିଧାୟକଙ୍କ ବିରୋଧରେ ଦକ୍ଷେ କାହିଁକି ନିଆଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ମାମଲାରେ ପାତରଅନ୍ତର କାହିଁକି ବୋଲି କହି ବିଜେଡ଼ି ଉପରେ ବର୍ଷିଛନ୍ତି ।