ଭବାନୀପାଟଣା– ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ତରଫରୁ ବର୍ଷ ୨୦୨୪ ର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ ହୋଇଅଛି। ଏହି ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାର ୯୫.୮୬ ପ୍ରତିଶତ ପାସ୍ ହାର ଥିଲାବେଳେ ଜିଲାରେ ମୋଟ ୬ ଜଣ ଛାତ୍ର ଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ ତଥା ଏ ୱାନ ଗ୍ରେଡ୍ ପାଇ ସଫଳତା ହାସଲ କରିଛନ୍ତି।
ନର୍ଲା ହାଇସ୍କୁଲ୍ ର ଜଣେ ଆଦିବାସୀ ଝିଅ ଶୁଭଦର୍ଶିନୀ ବେରୁକ ବ୍ଲକରେ ସର୍ବାଧିକ ୫୧୯ ମାର୍କ ଅର୍ଥାତ୍ ୮୬.୫ ପ୍ରତିଶତ ରଖି ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ନର୍ଲା ସରକାରୀ ହାଇସ୍କୁଲରେ ଅଧ୍ୟୟନ କରୁଥିବା ଶୁଭଦର୍ଶିନୀ ତାଙ୍କର ସଫଳତା ପଛରେ କଠିନ ପରିଶ୍ରମ ଏବଂ ମା ରାମବତୀ ପାତ୍ର ଓ ବାପା କ୍ଷମା ସାଗର ବେରୁକଙ୍କ ମାର୍ଗ ଦର୍ଶନ ଏବଂ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅବଦାନ ରହିଥିବା ପ୍ରକାଶ କରିଛନ୍ତି। ବ୍ଲକ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶୁଭଦର୍ଶିନୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।