ନୂଆଦିଲ୍ଲୀ– ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ମିଜୋରାମରେ ଆଇଜୋଲ ନିକଟରେ ପଥର ଖଣି ଭୁଶୁଡିବାରୁ ଲୋକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।
ରାଷ୍ଟ୍ରପତି ନିଜ ଶୋକ ବାର୍ତ୍ତାରେ କହିଛନ୍ତି ଯେ, ମିଜୋରାମରେ ଆଇଜୋଲ ନିକଟରେ ପଥର ଖଣି ଭୁଶୁଡିବା କାରଣରୁ ଲୋକଙ୍କ ମୃତ୍ୟୁ ସଂପର୍କରେ ଜାଣି ଦୁଃଖ ହୋଇଛି । ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା । ମୁଁ ଉଦ୍ଧାର ଓ ରିଲିଫ କାର୍ଯ୍ୟର ସଫଳତା ପାଇଁ ପ୍ରାର୍ଥନା କରୁଛି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।
ଏଠାରେ ସୂଚନାଯୋଗ୍ୟ, ମିଜୋରାମର ଆଇଜୋଲ ଜିଲ୍ଲାରେ ପଥର ଖଣି ଭୁଶୁଡିବା କାରଣରୁ ମାଟି ତଳେ ଦବି ଅତିକମରେ 10ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।