ଶିମଲା, କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧି ମଙ୍ଗଳବାର ହମିରପୁର ସଂସଦୀୟ କ୍ଷେତ୍ରର ଉନା ଜିଲ୍ଲାର ଗଗରେଟରେ କଂଗ୍ରେସ ପ୍ରାର୍ଥୀ ସତପାଲ ରାୟଜାଦାଙ୍କ ସପକ୍ଷରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଶାନା ସାଧିଛନ୍ତି । ସେ ପିଏମଙ୍କ ଉପରେ ହିମାଚଳର ବିପର୍ଯ୍ୟୟ ସମୟରେ ଅଣଦେଖା କରିଥିବାର ଅଭିଯୋଗ ଲଗାଇଛନ୍ତି ।
ପ୍ରିୟଙ୍କା ଗାନ୍ଧି କହିଛନ୍ତି ଯେ, ରାଜ୍ୟରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଆସିଥିଲା, କିନ୍ତୁ ପିଏମ ନରେନ୍ଦ୍ର ମୋଦି ସେତେବେଳେ ଥରେ ବି ହିମାଚଳ ଆସିନାହାନ୍ତି । ବିପର୍ଯ୍ୟୟର ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ପକ୍ଷରୁ ରାଜ୍ୟ ପାଇଁ ଗୋଟିଏ ଟଙ୍କା ବି ଆସିନାହିଁ ।ମୋଦି ରାଜ୍ୟରେ ଆସିଥିବା ବିପର୍ଯ୍ୟୟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିନଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ରିଲିଫ ଦିଆଯାଇଥିଲା ।