-
ଝାଡଖଂଡର ଦୁମକା ଠାରେ ଆୟୋଜିତ ବିଶାଳ ଜନସଭାରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ଦୁମକା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଝାଡଖଂଡର ଦୁମକା ଠାରେ ଆୟୋଜିତ ବିଶାଳ ଜନସଭାରେ ଉଦବୋଧନ ଦେଇଛନ୍ତି । ଏହି ଅବସରେ ସେ ଜେଏମଏମ ସରକାର ଦ୍ୱାରା ଅନୁପ୍ରବେଶକାରୀ ମାନଙ୍କର ସଂରକ୍ଷଣ ଓ ଆଦିବାସୀ ମାନଙ୍କୁ ନିର୍ଯ୍ୟାତନା ପ୍ରସଙ୍ଗ ନେଇ ତୀବ୍ର ଆକ୍ରମଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଝାଡଖଂଡର ବିଜେପି ରାଜ୍ୟ ସଭାପତି ଶ୍ରୀ ବାବୁଲାଲ ମାରାଣ୍ଡି, ଦୁମକା ପ୍ରାର୍ଥୀ ଶ୍ରୀମତୀ ସୀତା ସୋରେନ, ଗୋଡଡା ପ୍ରାର୍ଥୀ ଶ୍ରୀ ନିଶିକାନ୍ତ ଦୁବେ, ରାଜମହଲ ପ୍ରାର୍ଥୀ ଶ୍ରୀ ତାଲା ମାରାଣ୍ଡି ଏବଂ ବିରୋଧୀ ଦଳର ନେତା ଶ୍ରୀ ଅମର ବାଉରୀ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କ ଆଶୀର୍ବାଦ ଦେଶରେ ପୁଣି ଥରେ ମୋଦି ସରକାର ଗଠନ କରିବା ସ୍ଥିର କରିଛି । 2014ରେ ଲୋକେ ମୋଦିଙ୍କୁ ଆଶୀର୍ବାଦ ଦେଇଥିଲେ ଏବଂ ସେହି ସମୟରେ ଦେଶ କଂଗ୍ରେସର କୁଶାସନରେ ବିରକ୍ତ ହୋଇସାରିଥିଲା । 2014ରେ ମୋଦି ସରକାର ଗଠନ ହେବା ପୂର୍ବରୁ ପ୍ରତିଦିନ ଦୁର୍ନୀତି ହେଉଥିଲା ଏବଂ କଂଗ୍ରେସ ଗରିବଙ୍କ ହକର ପଇସା ଲୁଟୁଥିଲା । ମୋଦି ଆସି ଏହି ଲୁଟ ବନ୍ଦ ଦେଇଛି ଏବଂ ଆଜି ଲୋକଙ୍କ ପଇସା ଲୋକଙ୍କ ଭିତରେ ଉପଯୋଗ ହେଉଛି । ବିଜେପି ସରକାର 4 କୋଟି ଗରିବଙ୍କୁ ପକ୍କା ଆବାସ, ଗରିବ ମହିଳାଙ୍କୁ ଗ୍ୟାସ ସିଲିଣ୍ଡର ଓ ଦେଶର ପ୍ରତି ଗାଁକୁ ବିଜୁଳି ପହଂଚାଇଛି । ଯେଉଁ ମାଆ ଭଉଣୀଙ୍କୁ ପୂର୍ବରୁ ସରକାର ପଚାରୁନଥିଲା, ମୋଦି ସେମାନଙ୍କୁ ପୂଜା କରୁଛି । ବିଜେପି ଗତ 10 ବର୍ଷରେ ହୋଇଥିବା ବିକାଶକୁ ଆଗାମୀ 5 ବର୍ଷରେ ଆହୁରି ଜୋରରେ ଆଗକୁ ବଢାଇବ । ବିଜେପି ଆଗାମୀ 5 ବର୍ଷରେ 3 କୋଟି ମହିଳାଙ୍କ ଲକ୍ଷପତି ଦିଦି ବନାଇବା ଏବଂ 3 କୋଟି ପକ୍କା ଆବାସର ନିର୍ମାଣର ସଂକଳ୍ପ ନେଇଛି । ଯେଉଁ ଲୋକଙ୍କୁ ଏବେ ଯାଏ ବିଜେପି ସରକାରର ଯୋଜନାର ଲାଭ ମିଳିନି, ସେମାନଙ୍କୁ ମୋଦିର ତୃତୀୟ କାର୍ଯ୍ୟକାଳରେ ସମସ୍ତି ଯୋଜନାର ଲାଭ ମିଳିବ, ଏହା ମୋଦିର ଗ୍ୟାରେଂଟି ଅଟେ ।
ଶ୍ରୀ ମୋଦି କହିଛନ୍ତି ଯେ, ଲୋକଙ୍କ ବିଜୁଳି ବିଲ୍ ଶୂନ୍ୟ କରିବା ପାଇଁ ବିଜେପି ସରକାର ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଆରମ୍ଭ କରିଛି । ଏହି ଯୋଜନା ଅନ୍ତର୍ଗତ ପ୍ରତି ଘରେ ସୋଲାର ପ୍ୟାନେଲ ଲଗାଇବା ପାଇଁ 75ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି ଏଥିରୁ ଉତ୍ପାଦିତ ବିଜୁଳିରେ ପ୍ରତି ପରିବାରର ବିଜୁଳି ବିଲ୍ ଶୂନ୍ୟ ହୋଇଯିବ ଏବଂ ଅତିରିକ୍ତ ବିଜୁଳି ବିକ୍ରି କରି ଲୋକେ ଆୟ ମଧ୍ୟ କରିପାରିବେ । ଗରିବଙ୍କ ବିଜୁଳି ବିଲ୍ ଶୂନ୍ୟ କରିବା, ନିଶୁଳ୍କ ରାସନ, ମାଗଣା ସ୍ୱାସ୍ଥ୍ୟସେବା ଓ ପ୍ରତି ଘରକୁ ନଳ ଯୋଗେ ଜଳ ପହଂଚାଇବା ପାଇଁ ମୋଦିକୁ ଲୋକଙ୍କ ଆଶୀର୍ବାଦ ଆବଶ୍ୟକ । କିନ୍ତୁ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ରାଜଦ ଖୋଲାଖୋଲି ମୋଦିକୁ ହଟାଇବାର ଆଲୋଚନା କରୁଛନ୍ତି, ଯାହାଦ୍ୱାରା ପୁଣି ଥରେ ଘୋଟାଲା କରିପାରିବେ । ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓ କଂଗ୍ରେସ ଝାରଖଣ୍ଡକୁ ବିଭିନ୍ନ ପଟେ ଲୁଟୁଛନ୍ତି, ଏଥିପାଇଁ ସୁନ୍ଦର ପାହାଡରେ ଘେରି ରହିଥିବା ଝାରଖଣ୍ଡର ଆଲୋଚନା ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ନୁହେଁ, ବରଂ ନୋଟର ପାହାଡ ପାଇଁ ହେଉଛି । ଝାରଖଣ୍ଡରେ କେଉଁଠାରୁ 19 କୋଟି, କେଉଁଠାରୁ 35 କୋଟି ତ କେଉଁଠୁ 3ଶହ କୋଟି ଟଙ୍କା ଜବତ ହୋଇଛି । ଝାରଖଣ୍ଡ ମୁକ୍ତିମୋର୍ଚ୍ଚା-କଂଗ୍ରେସ ନେତାମାନଙ୍କ ଠାରୁ ଧରାପଡୁଥିବା ନୋଟର ପାହାଡର ପଇସା ମଦ ଦୁର୍ନୀତି, ଟେଂଡର ଘୋଟାଲା ଓ ଖନନ ଘୋଟାଲାରୁ ଆସୁଛି । କେବଳ ସାହିବଗଂଜ ଜିଲ୍ଲାରେ 1ହଜାର କୋଟି ଟଙ୍କାର ଖନନ ଘୋଟାଲାର ଖୁଲାସା ହୋଇଛି । ଝାରଖଣ୍ଡ ମୁକ୍ତ ମୋର୍ଚ୍ଚ-କଂଗ୍ରେସର ଦୁର୍ନୀତିଗ୍ରସ୍ତମାନେ ଜମି ହଡପ କରିବା ପାଇଁ ନିଜ ମାତା ପିତାଙ୍କର ନାମ ବି ବଦଳାଇ ଦେଇଛନ୍ତି । ଝାରଖଣ୍ଡରେ ଗରିବ, ଆଦିବାସୀଙ୍କ ଜମି ସହିତ ସେନାର ଜମି ଉପରେ ଅବୈଧ କବଜା କରାଯାଇଛି । ଲୋକଙ୍କୁ ଝାରଖଣ୍ଡକୁ ଏହି ଲୋକଙ୍କ ଠାରୁ ମୁକ୍ତି ଦେବାକୁ ପଡିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଝାରଖଣ୍ଡ ମୁକ୍ତିମୋର୍ଚ୍ଚା ଲୋକଙ୍କ ଥାଲିର ରାସନ ଲୁଟି ନେଇଛି ଏବଂ ତାଙ୍କୁ ଲଜ୍ଜା ଆସିଲା ନାହିଁ । ଝାରଖଣ୍ଡ ମୁକ୍ତ ମୋର୍ଚ୍ଚା ଜଳ ଜୀବନ ମିଶନ ଅନ୍ତର୍ଗତ ଘରକୁ ପାଣି ପଂହଚାଇବାରେ ବି ଦୁର୍ନୀତି କରିଛି । ଦିଲ୍ଲୀରେ ମୋଦି ଦ୍ୱାରା ପଠାଯାଇଥିବା ନିଶୁଳ୍କ ରାସନକୁ ବି ଲୋକଙ୍କ ନିକଟରେ ପହଂଚାଇବା ବଦଳରେ ଝାରଖଣ୍ଡ ମୁକ୍ତିମୋର୍ଚ୍ଚା ସେହି ରାସନର କଳାବାଜରି କରୁଥିଲା, କିନ୍ତୁ ମୋଦି ଗରିବଙ୍କ ଅନ୍ନ ଓ ପାଣି କାହାରିବାକୁ ଛଡାଇ ନେବାକୁ ଦେବନାହିଁ । ଜୁନ 4 ପରେ ଦୁର୍ନୀତିଗ୍ରସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆହୁରି ଦ୍ରୁତଗତିରେ ହେବ, ଏହା ମୋଦିର ଗ୍ୟାରେଂଟି ଅଟେ । ବିଜେପି ଦଳିତ, ବଂଚିତ ଓ ଆଦିବାସୀଙ୍କ ହିତ ପାଇଁ ସମର୍ପିତ ଅଟେ । ବିଜେପି ଆଦିବାସୀଙ୍କ କଲ୍ୟାଣର ବଜେଟରେ 4 ଗୁଣା ଅଧିକ ବୃଦ୍ଧି କରିଛି, ଜନଜାତି ଅଂଚଳରେ 4ଶହରୁ ଅଧିକ ଏକଲବ୍ୟ ଆବାସୀୟ ବିଦ୍ୟାଳୟର ନିର୍ମାଣ ଆରମ୍ଭ ହୋଇଛି, ଆଦିବାସୀ ଅଂଚଳରେ ଖଣିଜର ପଇସା ଲୋକଙ୍କ ଉପରେ ଖର୍ଚ୍ଚ କରିବାର ଆଇନ ନିର୍ମାଣ କରିଛି ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରିବା ଆରମ୍ଭ କରିଛି, କିନ୍ତୁ କଂଗ୍ରେସ ବିଜେପିର ଆଦିବାସୀ ଉତ୍ଥାନ ଯୋଜନାର ବିରୋଧ କରିଛି ଏବଂ ଆଦିବାସୀଙ୍କ ଯୋଗଦାନକୁ ସାମ୍ନାକୁ ଆସିବାକୁ ଦେଇନାହିଁ । ଇଂଡି ମେଂଟ ଆଦିବାସୀ ସମାଜର ଝିଅକୁ ରାଷ୍ଟ୍ରପତି ନିର୍ବାଚନରେ ହରାଇବା ପାଇଁ ପୂରା କ୍ଷମତା ଲଗାଇ ଦେଇଥିଲା ଏବଂ ଏମାନଙ୍କ ପାଇଁ କେବଳ ନିଜର ଭୋଟବ୍ୟାଙ୍କ ହିଁ ଜରୁରୀ ଅଟେ । ଇଂଡି ମେଂଟକୁ ଆଦିବାସୀ ସମାଜର ହିତ ସହିତ କୌଣସି ମତଲବ ନାହିଁ । ଇଂଡି ମେଂଟ ଶାସିତ ରାଜ୍ୟରେ ଆଦିବାସୀ ସମାଜ ଓ ସଂସ୍କୃତି ବିପଦରେ ପଡିଯାଇଛି । ଆଦିବାସୀଙ୍କ ବିରୁଦ୍ଧରେ ନକ୍ସଲବାଦ, ତୁଷ୍ଟିକରଣ ଓ ଅନୁପ୍ରବେଶ ଇଂଡି ମେଂଟର ଅସ୍ତ୍ର ଅଟେ ।
ଶ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସ ଶାସନ ସମୟରେ ନକ୍ସଲବାଦ ବଢି ଚାଲିଥିଲା ଓ ନିର୍ଦ୍ଦୋଷ ପିଲାଙ୍କ ଜୀବନ ବରବାଦ ହୋଇଚାଲିଥିଲା । ନକ୍ସଲବାଦର ନିଆଁରେ ସବୁଠୁ ଅଧିକ ଆଦିବାସୀ ସମ୍ପ୍ରଦାୟ ଜଳିଛି । ମୋଦୀ କହିଛନ୍ତି ଯେ ଏବେ ଝାଡଖଣ୍ଡରେ ଅନୁପ୍ରବେଶ ଏକ ବଡ ସମସ୍ୟା ହୋଇ ଯାଇଛି ଓ ସନ୍ଥାଳ ପରଗନା ଅନୁପ୍ରବେଶର ଆହ୍ୱାନ ସହିତ ଲଢୁଛି । ବହୁ ଅଞ୍ଚଳରେ ଆଦିବାସୀମାନଙ୍କର ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି ଓ ଅନୁପ୍ରବେଶକାରୀମାନଙ୍କର ସଂଖ୍ୟା ବଢିବାରେ ଲାଗିଛି । ଅନୁପ୍ରବେଶକାରୀ ଆଦିବାସୀମାନଙ୍କର ଜମି ଉପରେ କବଜା କରୁଛନ୍ତି ଏବଂ ଆଦିବାସୀ ଝିଅ ମାନଙ୍କୁ ଟାର୍ଗେଟ୍ କରୁଛନ୍ତି । ଅନୁପ୍ରବେଶକାରୀ ଆଦିବାସୀ ଝିଅମାନଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ସେମାନଙ୍କ ସହ ଅତ୍ୟାଚାର କରୁଛନ୍ତି ଏବଂ ଝାମୁମୋ ସରକାର ଏମାନଙ୍କୁ ସୁରକ୍ଷା ଦେଉଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ରବିବାର ଦିନରେ ଛୁଟିର ପ୍ରଚଳନ ଇଂରେଜ ମାନଙ୍କ ସମୟରୁ ହୋଇଛି , ୨୦୦-୩୦୦ ବର୍ଷରୁ ଏହି ନିୟମ ଚାଲିଆସୁଛି । କଂଗ୍ରେସ ଓ ଝାମୁମୋ ସମେତ ଇଣ୍ଡି ମେଣ୍ଟ ଝାଡଖଣ୍ଡର ଗୋଟିଏ ଜିଲ୍ଲାରେ ରବିବାର ଦିନ ଛୁଟି ବନ୍ଦ କରି ଶୁକ୍ରବାର ଦିନ ସାପ୍ତହିକ ଅବକାଶ ଘୋଷଣା କରିଦେଇଛନ୍ତି , ଯାହାଦ୍ୱାରା ଇଶାଈ ସମାଜ ସହିତ ମତଭେଦ ସୃଷ୍ଟି ହୋଇଛି । ଇଣ୍ଡି ମେଣ୍ଟର ରାଷ୍ଟ୍ର ବିରୋଧୀ ରାଜନୀତିର ବିପଦଜନକ ମନ୍ତ୍ର ଘୋର ସାମ୍ପ୍ରଦାୟିକତା ଓ ତୁଷ୍ଟିକରଣ ଅଟେ । ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦୀମାନଙ୍କର ସମର୍ଥନ କରନ୍ତି ଓ ଯିଏ ସେମାନଙ୍କୁ ଏଭଳି କରିବାରୁ ବାଧା ଦିଅନ୍ତି ତାଙ୍କ ଉପରେ ହିନ୍ଦୁ ମୁସଲମାନ କରିବାର ଆରୋପ ଲଗାନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସ ସମେତ ଇଣ୍ଡି ମେଣ୍ଟ ବାଲା ଧର୍ମ ଆଧାରରେ ମୁସଲମାନ ମାନଙ୍କୁ ସଂରକ୍ଷଣ ଦେଉଛନ୍ତି କିନ୍ତୁ ମୋଦୀ କହୁଛି ଯେ ବାବା ସାହେଡ ଡା. ଭୀମ ରାଓ ଆମ୍ବେଦକରଙ୍କ ଦ୍ୱାରା ଲିଖିତ ସମ୍ବିଧାନ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଯେଉଁ ଅଧିକାରୀ ଦେଇଛି , ମୋଦୀ ସେଗୁଡିକର ରକ୍ଷା ପାଇଁ ଜୀବନ ମଧ୍ୟ ବାଜି ଲଗାଇ ଦେବ । ଯେତେ ପର୍ଯ୍ୟନ୍ତ ମୋଦୀ ବଞ୍ଚିଛି ଇଣ୍ଡି ମେଣ୍ଟ ବାଲା ଆଦିବାସୀ, ଦଳିତ ଓ ଅତି ପଛୁଆଙ୍କ ସଂରକ୍ଷଣ ଛଡେଇ ମୁସଲମାନମାନଙ୍କୁ ଦେଇ ପାରିବେ ନାହିଁ । ଯେତେବେଳେ ମୁଁ ଇଣ୍ଡି ମେଣ୍ଟର ଦଳିତ ବିରୋଧୀ ମାନସିକତାକୁ ସାମ୍ନା ଆଣେ ତେବେ ମୋଦୀ ଉପରେ ହିନ୍ଦୁ -ମୁସଲମାନ କରିବାର ଆରୋପ ଲଗାଇ ଦିଅନ୍ତି । ଇଣ୍ଡି ମେଣ୍ଟ ବାଲା ଏହା ବୁଝି ପାରୁ ନାହାନ୍ତି ଯେ ମୋଦୀର ଛବି ଉପରେଯେତେ କାଦୁଅ ଫିଙ୍ଗିବେ , ଦେଶରେ ସେତେ ଅଧିକ ପଦ୍ମ ଫୁଟିବ । ଦଳିତ ଓ ଆଦିବାସୀମାନଙ୍କ ସଂରକ୍ଷଣକୁ କଦାପି ଲୁଟ୍ ହେବାକୁ ଦେବି ନାହିଁ , ଏହା ମୋଦୀର ଗ୍ୟାରେଣ୍ଟି । ମୁଁ ଇଣ୍ଡି ମେଣ୍ଟର ଲୋକଙ୍କ ଠାରୁ ଲିଖିତ ଭାବେ ଦାବି କରିଛି ଯେ ସେମାନେ ଦଳିତ , ଆଦିବାସୀମାନଙ୍କ ସଂରକ୍ଷଣ ଛଡେଇ ନେବେ ନାହିଁ ଓ ସମ୍ବିଧାନରେ ପରିବର୍ତ୍ତନ କରିବେ ନାହିଁ ଏବଂ ଯେଉଁଭଳି ଭାବେ ରାତା ରାତି କର୍ଣ୍ଣାଟକରେ ମୁସଲମାନ ମାନଙ୍କୁ ଓବିସି କରାଯାଇ ଅଧିକାର ଛଡେି ନିଆଗଲା , ସେଭଳି ଭାରତର କୌଣସି ଅନ୍ୟ ରାଜ୍ୟରେ କରିବେ ନାହିଁ । ଇଣ୍ଡି ମେଣ୍ଟ ଏହି ସର୍ତ୍ତ ଉପରେ ନୀରବତା ଅବଲମ୍ବନ କରୁଛନ୍ତି ଯାହାର ସିଧା ଅର୍ଥ ଏହା ଯେ ଏମାନେ ଜନତାଙ୍କ ହକ୍ କୁ ଲୁଟ୍ କରିବା ଉଦ୍ଦେଶ୍ୟରେ ବସି ରହିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମୁଁ ଗରୀବ ପରିବାରରେ ପଢି ବଡ ହୋଇଛି, ଏଥିପାଇଁ ଦଳିତ, ବଞ୍ଚିତ ଓ ଆଦିବାସୀ ଅଞ୍ଚଳରେ ବିକାଶ କରୁଛି । ଭାଜପା ସରକାରରେ ଆକାଂକ୍ଷୀ ଜିଲ୍ଲା ତିଆରି କରାଯାଇଛି ଓ ବିକାଶ କରାଯାଇଛି , ଏହାର ସବୁଠୁ ଅଧିକ ଲାଭ ଆଦିବାସୀ ଜିଲ୍ଲାଗୁଡିକୁ ମିଳିଛି । ସନ୍ଥାଳ ଓ ପରଗନା ଅଞ୍ଚଳ ଆଜି ବିକାଶର ନୂଆ ଶିଖର ଛୁଉଁଛି । ଦେବଘରରେ ଏମ୍ସ ଓ ବିମାନ ବନ୍ଦର ନିର୍ମାଣ ହୋଇଛି, ସାହିବଗଞ୍ଜରେ ଗଙ୍ଗା ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି , ବନାରସ-ରାଞ୍ôଚ-କୋଲକାତା ଗ୍ରୀନ ଫିଲ୍ଡ ଏକ୍ସପ୍ରେସ୍ ୱେ ନିର୍ମାଣ ହେଉଛି , ସାହିବଗଞ୍ଜ-ମନିହାରୀ ଫୋର ଲେନ୍ ର କାମ ସମ୍ପୂ୍ର୍ଣ୍ଣ ହେବାକୁ ଯାଉଛି । ମେଡିକାଲ କଲେଜ, କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ଭଳି ବିକାଶ କାର୍ଯ୍ୟ ଝାଡଖଣ୍ଡ ରାଜ୍ୟରେ କରାଯାଉଛି । ଏହି ବିକାଶ କାର୍ଯ୍ୟ ଦ୍ୱାରା ରାଜ୍ୟର ଭବିଷ୍ୟତ ସୁରକ୍ଷିତ ହେବ ଓ ଦେଶର ଉତ୍ତର ପୀଢୀଙ୍କ ଜୀବନ ଉତ୍ତମ ଓ ସୁଖଦ ହେବ । ଝାଡଖଣ୍ଡକୁ ବିକାଶର ଶିଖରକୁ ନେଇ ଯିବାର ଅଛି ଓ ଏହି ବିକାଶର ଏହି ଗ୍ୟାରେଣ୍ଟି ଜନତାଙ୍କର ଗୋଟିଏ ଭୋଟ୍ ଦ୍ୱାରା ସୁନିଶ୍ଚିତ ହେବ । ଭୋଟ୍ ର ଶକ୍ତି ଜନତାଙ୍କ ଭବିଷ୍ୟତ ବଦଳାଇବାକୁ ଯାଉଛି । ଶ୍ରୀ ମୋଦୀ ଉପସ୍ଥିତ ଜନସମୁଦ୍ର୍ରଙ୍କୁ ସ୍ଥାନୀୟ ପ୍ରାର୍ଥୀଙ୍କୁ ବହୁମତରେ ବିଜୟୀ କରି ଦେଶରେ ପୁଣି ଥରେ ମୋଦୀ ସରକାର ଆଣିବା , ବିକଶିତ ଭାରତର ସଂକଳ୍ପର ସିଦ୍ଧିରେ ନିଜ ଯୋଗଦାନ ଦେବା ଏବଂ ଜନ ଜନ ପର୍ଯ୍ୟନ୍ତ ଭାଜପାର ସନ୍ଦେଶ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି ।