ଭୁବନେଶ୍ୱର, ଭିଜିଲାନ୍ସ ଜାଲରେ ପିଇଓ । କଳାହାଣ୍ଡି ଜିଲ୍ଲା ଥୁ. ରାମପୁର ବ୍ଲକ ଅନ୍ତର୍ଗତ କାଣୀଗୁମ୍ମା ପଞ୍ଚାୟତର ପିଇଓ ସନ୍ନ୍ୟାସୀ ନାୟକ 10 ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ମନରେଗା ଯୋଜନାରେ କାମ କରିଥିବା ଶ୍ରମିକଙ୍କ ଦରମା ରାଶି ରିଲିଜ କରିବା ପାଇଁ ଅଭିଯୋଗକାରୀଙ୍କୁ ଟଙ୍କା ମାଗିଥିଲେ । ଆଜି ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଛି । ତାଙ୍କ ଠାରୁ ଲାଂଚ ଟଙ୍କା ଉଦ୍ଧାର ଓ ଜବତ କରାଯାଇଛି । ଏହାପରେ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର ତିନୋଟି ଠିକଣାରେ ଚଢାଉ ଜାରି ରହିଛି ।
Related Stories
November 22, 2024