
ଭୁବନେଶ୍ୱର/ଗଜପତି, ଗଜପତି ଜିଲ୍ଲା ଅଡବା ଥାନା ଅଡବା ମେଡିକାଲ ସମ୍ମୁଖରେ ବାଇକ ଓ ଟ୍ରାକ୍ଟର ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଦୁଇ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ଅଡବା ଡାକ୍ତର । ଗୁରୁତର ଦୁଇଜଣ ହେଲେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣଗାଁ ହରଦଗୁଡ଼ା ଗାଆଁର କିଶନ ମଲ୍ଲିକ ଓ ଗଞ୍ଜାମ ଜିଲ୍ଲା ଗୌଡ଼ଗୁଡ଼ା ଗ୍ରାମର ଅର୍ପିତା ମଲ୍ଲିକ ।