ଡେରାଡୁନ, ଉତ୍ତରାଖଣ୍ଡ ଆସୁଥିବା ଚାରିଧାମ ଯାତ୍ରୀ ସତର୍କ ରୁହନ୍ତୁ । ଚାରିଧାମ ଯାତ୍ରା ରୁଟରେ ଆଗାମୀ ଚାରି ଦିନ ଯାଏ ବର୍ଷାର ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ ଯାତ୍ରୀଙ୍କୁ ସାବଧାନତାପୂର୍ବକ ଯାତ୍ରା କରିବା ସହ ସତର୍କତା ଗ୍ରହଣ କରିବାର ଆବଶ୍ୟକତା ରହିଛି । ପାଣିପାଗ ବିଭାଗ ଚାରିଧାମ ତୀର୍ଥଯାତ୍ରୀଙ୍କୁ ପରାମର୍ଶ ଦେଇ ବର୍ଷା ସମୟରେ ଯାତ୍ରା କରିବାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି । ପାଣିପାଗର ପୂର୍ବାନୁମାନ ନେବା ପରେ ହିଁ ଯାତ୍ରା କରନ୍ତୁ । ଚାରିଧାମ ଯାତ୍ରା ସମୟରେ ରାତି ହେବା ପୂର୍ବରୁ ପ୍ରଥମେ ନିଜ ଗନ୍ତବ୍ୟ ସ୍ଥାନରେ ପହଂଚନ୍ତୁ । ଖାଇବା ପିଇବା ସାମଗ୍ରୀ ପାଖରେ ରଖନ୍ତୁ । ଗରମ କପଡା ଓ ଔଷଧ ସାଙ୍ଗରେ ନେଇ ଯାତ୍ରା କରନ୍ତୁ ।