
ନୂଆଦିଲ୍ଲୀ, ଆମ ଆଦମୀ ପାର୍ଟିରୁ ରାଜ୍ୟସଭା ସଦସ୍ୟ ସ୍ୱାତୀ ମାଲିୱାଲଙ୍କ ସହିତ ହୋଇଥିବା ମାରପିଟ ମାମଲାରେ ରାଷ୍ଟ୍ରୀୟ ମହିଳା କମିଶନର ସୋମବାର ଦିଲ୍ଲୀ ପୋଲିସ କମିଶନରଙ୍କୁ ପତ୍ର ଲେଖି ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି । କମିଶନର ପୋଲିସ କମିଶନଙ୍କୁ ଅଭିଯୁକ୍ତଙ୍କ ସହିତ ମୁଖ୍ୟମନ୍ତ୍ରୀ ସହିତ ସମସ୍ତ ସଂପର୍କିତ ବ୍ୟକ୍ତିଙ୍କୁ କଲ୍ ଡିଟେଲ୍ସ ରିପୋର୍ଟର ଯାଂଚ କରିବାକୁ ବି କହିଛନ୍ତି । ଜାତୀୟ ମହିଳା କମିଶନର ଅଧ୍ୟକ୍ଷ ରେଖା ଶର୍ମା ସୋମବାର ଟ୍ୱିଟ କରି କହିଛନ୍ତି ଯେ, ସ୍ୱାତୀ ମାଲିୱାଲଙ୍କ ସହିତ ମାରପିଟ ମାମଲାର କମିଶନର ଅନୁଧ୍ୟାନ କରିଛନ୍ତି । ସୋମବାର କମିଶନର ପୋଲିସ କମିଶନରଙ୍କୁ ପତ୍ର ଲେଖି ମାମଲାର ଅଭିଯୁକ୍ତ ବିଭବ ଓ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ସହିତ ସଂପର୍କିତ ଲୋକଙ୍କ ସିଡିଆରର ଯାଂଚ କରିବାକୁ କହିଛନ୍ତି ।