
ଭୁବନେଶ୍ୱର, ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ପରିଚାଳନାରେ ବିଭିନ୍ନ ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ ହୋଇଥିବା ସରକାରୀ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟାଳୟ ମୁଖ୍ୟ (ହେଡ୍ ଅଫ୍ ଅଫିସ୍)ଙ୍କଠାରୁ ଗସ୍ତଖର୍ଚ୍ଚ(ଟିଏ) / ମହଙ୍ଗା ଭତା (ଡିଏ) ପ୍ରାପ୍ତ ହେବେ । ଯେହେତୁ ସରକାରୀ କର୍ମଚାରୀମାନଙ୍କ ପେ-ସ୍କେଲ୍ ର ସବିଶେଷ ତଥ୍ୟ ସେମାନେ କାର୍ଯ୍ୟରତ କାର୍ଯ୍ୟାଳୟ ମୁଖ୍ୟଙ୍କଠାରେ ଉପଲବ୍ଧ, ସେଥି ପାଇଁ ସେମାନେ ଉକ୍ତ ପ୍ରାପ୍ୟ ଅର୍ଥ ବିଭାଗ ଟିଏ/ଡିଏ ସର୍କୁଲାର ଅନୁସାରେ କାର୍ଯ୍ୟାଳୟ ମୁଖ୍ୟଙ୍କଠାରୁ ହିଁ ପ୍ରାପ୍ତ ହେବେ । ଏ ସଂକ୍ରାନ୍ତୀୟ ସବିଶେଷ ନିର୍ଦ୍ଦେଶାବଳୀ ସଂଖ୍ୟା ୯୮୨୩, ତା.୨୦-୦୫-୨୦୨୪ରେ ଅର୍ଥ ବିଭାଗର ସହମତି କ୍ରମେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଦ୍ୱାରା ଜାରି କରାଯାଇଛି ।