
ରାଜକୋଟ, ରାଜକୋଟ କାଲାଭଡ ରୋଡରେ ଟିଆରପି ଗେମ ଜୋନରେ ନିଆଁ ଲାଗିବା ଘଟଣାରେ ଏବେ ସୁଦ୍ଧା 27ଜଣ ମୃତକ ଓ କିଛି ନିଖୋଜ ଲୋକଙ୍କ ସୂଚୀ ଜାରି କରାଯାଇଛି । ଗତ ରାତିରେ ହୋଇଥିବା ଏହି ଦୁର୍ଘଟଣା ପରେ ସକାଳେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରାଜ୍ୟର ଆଲା ଅଧିକାରୀଙ୍କ ସହିତ ରାଜକୋଟରେ ପହଂଚିଛନ୍ତି । ତାଙ୍କ ସହିତ ଗୃହ ରାଜ୍ୟମନ୍ତ୍ରୀ ହର୍ଷ ସଂଘଭିଙ୍କ ସମେତ ରାଜ୍ୟର ବରିଷ୍ଠ ଅଧିକାରୀ ବି ଥିଲେ । ଘଟଣାସ୍ଥଳରେ ଅବଶେଷ ହଟାଇବା କାମ ରବିବାର ସକାଳେ ବି ଜାରି ରହିଛି । ଘଟଣାସ୍ଥଳ ପରିଦର୍ଶନ କରେ ମୁଖ୍ୟମନ୍ତ୍ରୀ ରାଜକୋଟ ସିଭିଲ ହସ୍ପିଟାଲ ଯାଇ ଆହତଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।