ଭୁବନେଶ୍ୱର, ଦିଲ୍ଲୀ ହସ୍ପିଟାଲରେ ନିଆଁ ଲାଗିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଦିଲ୍ଲୀର ଏକ ହସ୍ପିଟାଲରେ ନିଆଁ ଲାଗିବାର ଦୁଃଖଦ ଘଟଣାରେ ଅନେକ କଅଁଳ ଶିଶୁଙ୍କ ମୃତ୍ୟୁର ହୃଦୟ ବିଦାରକ ସୂଚନା ମିଳିଛି ।
ଜଗନ୍ନାଥ ମହାପ୍ରଭୁ ଦୁଃଖର ଏହି କଠିନ ସମୟରେ ତାଙ୍କ ପରିଜନଙ୍କୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ । ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ଶିଶୁଙ୍କ ଶୀଘ୍ର ସୁସ୍ଥ ହେବାର କାମନା କରୁଛି ।