ଇସଲମାବାଦ, ପାକିସ୍ତାନର ପଂଜାବ ଅଂଚଳରେ ବିଭିନ୍ନ ଜିଲ୍ଲାର ଝଡ ତୋଫାନ ଓ ବର୍ଷା ମଧ୍ୟରେ ବଜ୍ରପାତ କାରଣରୁ ଅତିକମରେ 6ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ 5ଜଣ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
ପଂଜାବ ପ୍ରାକୃତିକ ବିପର୍ଯ୍ୟୟ ପ୍ରାଧିକରଣର ପ୍ରବକ୍ତା କହିଛନ୍ତି ଯେ, ଶୁକ୍ରବାର ରାତିରେ ସିୟାଲକୋଟ ଓ ରାୱଲପିଣ୍ଡି ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି ମାରିଛି । ଆହତଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି । ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।