ଡେରାଡୁନ, ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ବିଭାଗ ଚାରିଧାମ ତୀର୍ଥଯାତ୍ରୀଙ୍କୁ ଉଚ୍ଚ ହିମାଳୟ କ୍ଷେତ୍ରରେ ସ୍ୱାସ୍ଥ୍ୟକୁ ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଚାରିଧାମ ଯାତ୍ରାରେ ଏବର୍ଷ 16ଦିନରେ 56ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସେହିପରି କେଦାରନାଥ ଯାତ୍ରା ରାସ୍ତାରେ 27ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ଅଧିକାଂଶ ଲୋକଙ୍କ ବୟସ 50 ବର୍ଷରୁ ଅଧିକ ।
ରାଜ୍ୟ ବିପର୍ଯ୍ୟୟ ପରିଚାଳନ କେନ୍ଦ୍ର ଅନୁସାରେ ଶନିବାର ସନ୍ଧ୍ୟା ଯାଏ ଚାରି ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ବଦ୍ରିନାଥରେ 14, ଯମୁନେତ୍ରୀରେ 12 ଓ ଗଙ୍ଗୋତ୍ରୀରେ ତିନି ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ସଚିବ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ସ୍ୱାସ୍ଥ୍ୟ ଆଡଭାଇଜାରି ଜାରି କରି ତା ଆଧାରରେ ଲୋକଙ୍କୁ ଚାରିଧାମ ଯାତ୍ରାରେ ପଠାଇବାକୁ ଅନୁରୋଧ କରିଛନ୍ତି ।