ଭୁବନେଶ୍ୱର – କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନମାନଙ୍କର ମିଳିତ ମଂଚର ସାଧାରଣ ଧର୍ମଘଟକୁ ଓଡ଼ିଶା ପ୍ରଦେଶ କଂଗ୍ରେସର ଦୃଢ଼ ସମର୍ଥନ ଓ ପ୍ରତ୍ୟକ୍ଷ ସହଯୋଗ ଫଳରେ ରାଜ୍ୟର ପ୍ରତ୍ୟେକ ବ୍ଲକ୍, ଜିଲ୍ଲା, ଗ୍ରାମପଂଚାୟତସ୍ତରରେ ସଫଳ ହୋଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ହଜାର ହଜାର କଂଗ୍ରେସ ନେତୃମଣ୍ଡଳୀ, କର୍ମୀ, ଛାତ୍ର, ଯୁବ, ମହିଳା, ଶ୍ରମିକ ଓ କୃଷକ ସର୍ବଭାରତୀୟ ବନ୍ଦ ପାଳନକୁ ଦୃଢ଼ ସମର୍ଥନ କରିବା ସହ କେନ୍ଦ୍ରନେତୃତ୍ୱ ମୋଦୀ ସରକାରଙ୍କ ଜନମାରଣ ନୀତିର ପର୍ଦ୍ଧାଫାସ କରାଯାଇଥିଲା ।
ଭୁବନେଶ୍ୱର ଠାରେ ପ୍ରାତଃ ୬ଘଟିକା ଠାରୁ ବିଭିନ୍ନ ସ୍ଲୋଗାନ, ପ୍ଲାକାର୍ଡ, ପତାକା ଓ ବ୍ୟାନର ଧରି ଶତାଧିକ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ମାଷ୍ଟର କ୍ୟାଟିନ୍, ସି.ଆର.ପି. ଛକ, ଜୟଦେବ ବିହାର ଛକ, ଏୟାରପୋର୍ଟ, ବାଣୀବିହାର, କଳ୍ପନା ଛକଠାରେ ଧର୍ମଘଟରେ ଯୋଗଦେଇଥିଲେ । ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ଦେବାଶିଷ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକଙ୍କ ସହ ଶତାଧିକ ଯୁବ, ଛାତ୍ର, ମହିଳା ଧର୍ମଘଟରେ ଶାନ୍ତିଶୃଙ୍ଖଳାର ସହ ସାମିଲ ହୋଇଥିଲେ ଓ ରାଜ୍ୟ ବିଜେଡ଼ିର ଦୋମୁହାଁ ନିତୀକୁ ସମାଲୋଚନା କରିଥିଲେ । ବନ୍ଦକୁ ରାଜ୍ୟବାସୀ ଅକୁଣ୍ଠ ଚିତରେ ସମର୍ଥନ ଦେଇଥିବାରୁ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଥିଲେ ।