ଶିମଲା, କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହିମାଚଳ ପ୍ରଦେଶର ଅଣଦେଖା କରିବାର ଅଭିଯୋଗ କରିଛନ୍ତି । ରାହୁଲ ପ୍ରଧାନମନ୍ତ୍ରୀଙ୍କ ଉପରେ ସିଧା ହମଲା କରି କହିଛନ୍ତି ଯେ, ସେ ଗତ ଏକ ଦଶନ୍ଧିରେ 22ରୁ 25 ଶିଲ୍ପପତିଙ୍କ 16ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିଛନ୍ତି, କିନ୍ତୁ ବିପର୍ଯ୍ୟୟ ପ୍ରଭାବିତ ହିମାଚଳ ପ୍ରଦେଶକୁ କୌଣସି ଆର୍ଥିକ ସହାୟତା କରିନାହାନ୍ତି ।
ଶିମଲା ଲୋକସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ବିନୋଦ ସୁଲତାନପୁରୀଙ୍କ ସମର୍ଥନରେ ନାହନରେ ରବିବାର ଆୟୋଜିତ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧି କହିଛନ୍ତି ଯେ, ବିପର୍ଯ୍ୟୟ ଯୋଗୁ ହିମାଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । 22ହଜାର ପରିବାର ପ୍ରଭାବିତ ହାଇଛି । ଆମର କଂଗ୍ରେସ ସରକାର ମୋଦି ସରକାରଙ୍କୁ 9ହଜାର କୋଟି ଟଙ୍କା ମାଗିଥିଲା, କିନ୍ତୁ ସେ ଏହି ରାଶି ଦେଇନଥିଲେ । ବିପର୍ଯ୍ୟୟ ପରେ ମୋଦି ପୂରା ଦମରେ ହିମାଚଳ ସରକାରକୁ ଅସ୍ଥିର କରିବାକୁ ଉଦ୍ୟମ କରିଥିବା ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ।