ପାଟଣା– ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରବିବାର ଜହାନାବାଦରେ ଏନଡିଏ ପ୍ରାର୍ଥୀ ଚନ୍ଦେଶ୍ୱର ଚନ୍ଦ୍ରବଂଶୀଙ୍କ ସପକ୍ଷରେ ଜନସଭାକୁ ସମ୍ବୋଧିତ କରି ରାଜଦ ଓ କଂଗ୍ରେସକୁ ନିଶାନା ସାଧିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରର 10 ବର୍ଷ କାର୍ଯ୍ୟକାଳରେ ଦେଶରେ ଅନେକ ପ୍ରକାର ସକରାତ୍ମକ ପରିବର୍ତ୍ତନ ହୋଇଛି,ଯାହାକୁ ଆପଣ ସମସ୍ତ ବି ଅନୁଭବ କରୁଛନ୍ତି ।
ନଡ୍ଡା କହିଛନ୍ତି ଯେ, 10 ବର୍ଷ ପୂର୍ବରୁ ଜାତି, ଧର୍ମ, ତୁଷ୍ଟିକରଣ ଓ ଭୋଟବ୍ୟାଙ୍କ ରାଜନୀତି ହେଉଥିଲା । ଆଜି ମୋଦିଙ୍କ ନେତୃତ୍ୱରେ ବିକାଶବାଦ ଓ ରିପୋର୍ଟ କାର୍ଡର ରାଜନୀତି ହେଉଛି । ମୋଦି ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସର ମନ୍ତ୍ର ଦେଇଛନ୍ତି । ସେ ଆଇଏନଡିଆଇ ମେଂଟକୁ ଟାର୍ଗେଟ କରି କହିଛନ୍ତି ଯେ, ଆଇଏନଡିଆଇ ମେଂଟର ଅଧା ନେତା ଜେଲରେ ଏବଂ ବାକି ନେତା ବେଲରେ ଅଛନ୍ତି ।
ବିହାରରେ ଲାଲୁ ଯାଦବ ଚାରା ଘୋଟାଲା କରିଛନ୍ତି । ନିଯୁକ୍ତି ବଦଳରେ ଜମି ଘୋଟାଲା କରିଛନ୍ତି । ପଶ୍ଚିମବଙ୍ଗରେ ଟିଏମସି ମନ୍ତ୍ରୀଙ୍କ ଘରରୁ ଟଙ୍କା ଜବତ ହୋଇଛି । ଶିକ୍ଷକ ଭର୍ତ୍ତି ଘୋଟାଲା ହୋଇଛି । କେଜରିୱାଲ ମଦ ଓ ଔଷଧ ଘୋଟାଲା କରି ବସିଛନ୍ତି ।