ନୂଆଦିଲ୍ଲୀ, ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ସ୍ୱାତୀ ମାଲିୱାଲ ମୁଖ୍ୟମନ୍ତ୍ରୀ ଆବାସରେ ହୋଇଥିବା ମାରପିଟକୁ ନେଇ ନିୟମିତ ନିଜ ପାର୍ଟି ଉପରେ ଚରିତ୍ର ହନନ, ପୀଡିତଙ୍କ ଅସୁବିଧାରେ ପକାଇବା ଓ ତାଙ୍କ ବିରୁଦ୍ଧରେ ଭାବନାକୁ ଭଡକାଇବାର ଅଭିଯୋଗ ଆଣିଛନ୍ତି । ଏବେ ସେ ୟୁଟଞୁବର ଧ୍ରୁବ ରାଠିଙ୍କ ଉପରେ ପାର୍ଟି କହିବା ପରେ ତାଙ୍କ ବିରୁଦ୍ଧରେ ମୋର୍ଚ୍ଚା ଚଳାଇବାର ଅଭିଯୋଗ ଆଣିଛନ୍ତି, ଯାହା ଫଳରେ ତାଙ୍କୁ ସମସ୍ୟାରେ ପକାଉଥିବା କଲ୍ ଓ ମେସେଜ ଆସୁଛି ।
ସ୍ୱାତୀ ରବିବାର ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ସେମାନଙ୍କର ଏଭଳି କାର୍ଯ୍ୟ ଯୋଗୁ ରେପ ଓ ହତ୍ୟା ଧମକ ମିଳୁଛି । ୟୁଟ୍ୟୁବର ଧ୍ରୁବ ରାଠି ତାଙ୍କ ବିରୁଦ୍ଧରେ ଏକତରଫା ଭିଡିଓ ପୋଷ୍ଟ କରିବା ପରେ ତାଙ୍କୁ ଅଧିକ ଧମକ ମିଳୁଛି । ସ୍ୱାତୀ କହିଛନ୍ତି ଯେ, ସେ ଏନେଇ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି ।