ନୂଆଦିଲ୍ଲୀ, ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକସେନା ହସ୍ପିଟାଲରେ ନିଆଁ ଲାଗି ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ସମସ୍ତ ପ୍ରକାର ଜରୁରୀ ପଦକ୍ଷେପ ନେବାକୁ ପୋଲିସ କମିଶନରଙ୍କୁ ନକହିଛନ୍ତି । ପୀଡିତଙ୍କୁ ଯଥା ସମ୍ଭବ ସହାୟତା କରିବା ଓ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସେ ଆଶ୍ୱାସନା ଦେଇଛନ୍ତି ।
ଉପରାଜ୍ୟପାଳ କାର୍ଯ୍ୟାଳୟ ଅନୁସାରେ ଉପରାଜ୍ୟପାଳ ମୁଖ୍ୟ ସଚିବଙ୍କୁ ଦିଲ୍ଲୀରେ ହସ୍ପିଟାଲରେ ନିଆଁ ଲାଗିବାର ଦୁଃଖଦ ଘଟଣାର ତଦନ୍ତ କରିବାକୁ କହିଛନ୍ତି । ଶୋକ ସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘଟଣାକୁ ହୃଦୟ ବିଦାରକ ବୋଲି କହିଛନ୍ତି । କୋମଳ ଶିଶୁଙ୍କୁ ହରାଇଥିବା ପରିବାର ସହିତ ଆମେ ଥିବା ବୋଲି ସେ କହିଛନ୍ତି । ଘଟଣାର କାରଣର ଯାଂଚ କରାଯାଉଛି ଏବଂ ଏହି ଦାୟିତ୍ୱହୀନତା ପାଇଁ ଯିଏ ଦାୟୀ ତାକୁ ଛଡାଯିବ ନାହିଁ ବୋଲି ସେ କହିଛନ୍ତି ।