ଭୁବନ – ଦରବୃଦ୍ଧି,ମାନ୍ଦାବସ୍ଥା ଓ ପ୍ରସ୍ତାବିତ ଶ୍ରମ ଆଇନକୁ ବିରୋଧ କରି ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଭୁବନ ରେ ସଂପୂର୍ଣ୍ଣ ଫିକା ପଡିଥିଲା । ଦୋକାନ ବଜାର ଖୋଲାଥିବା ବେଳେ, ସ୍କୁଲ, କଲେଜ, ବ୍ୟାଙ୍କ ଓ ସରକାରୀ ଅଫିସ ଓ ଗାଡି ଚଳାଚଳ ବନ୍ଦ ଥିଲା । ଓଡିଶାରେ ଏହି ବନ୍ଦକୁ କଂଗ୍ରେସ ଦଳ ସମର୍ଥନ କରିଥିବାବେଳେ ଏଠାରେ କଂଗ୍ରେସର କେତେଜଣ କର୍ମୀ ବିନା ବ୍ୟାନର, ପତାକାରେ ବନ୍ଦ ପାଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଏଆଇଟିୟୁସି ଶ୍ରମିକ ସଂଗଠନ(ପ୍ରଗତିଶୀଳ ନିର୍ମାଣ ଶ୍ରମିକ ସଂଘ) ତରଫରୁ ଏକ ଶୋଭାଯାତ୍ରା ବାହାରି ଅପରାହ୍ନ ୧ ଘଟିକା ସମୟରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
Related Stories
January 14, 2025
January 14, 2025