
ରାୟଗଡ଼ା- ରାୟଗଡ଼ା ମଝିଘରିଆଣି ମନ୍ଦିିର ବ୍ରିଜ୍ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଲୁହା ପଥର ବୋଝେଇ ଟ୍ରକ୍ ଓ ଏସିଡ଼୍ ବୋଝେଇ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବା ପରେ ଟ୍ୟାଙ୍କରରେ ନିଆଁ ଲାଗି ଯାଇଥିଲା । ଟ୍ୟାଙ୍କରଟି ଜେକେପୁର କାଗଜକଳକୁ ହାଇଡ଼୍ରୋଜେନ ପାରାକ୍ସାଇଡ୍ ଏସିଡ଼୍ ନେଇ ଆସୁଥିବା ବେଳେ ଏଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା । ଟ୍ୟାଙ୍କରଟି ହୁତୁ ହୁତୁ ହୋଇ ଜଳି ଉଠିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ଦୁର୍ଘଟଣାରେ ଟ୍ୟାଙ୍କର ଡ଼୍ରାଇଭର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।