
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ହରିୟାଣାର ଗୁରୁଗ୍ରାମର ବାଦଶାହପୁର ବିଧାନସଭାରୁ ବିଧାୟକ ରାକେଶ ଦୌଲତାବାଦଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ରାକେଶଙ୍କର ଶନିବାର ସକାଳେ ହାର୍ଟ ଆଟାକ କାରଣରୁ ମୃତ୍ୟୁ ହୋଇଛି । ତାଙ୍କୁ 45 ବର୍ଷ ବୟସ ହୋଇଥିଲା ।
ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଲେଖିଛନ୍ତି ଯେ, ହରିୟାଣାର ବିଧାୟକ ରାକେଶ ଦୌଲତାବାଦଙ୍କ ଆକସ୍ମିକ ବିୟୋଗରେ ଅତ୍ୟନ୍ତ ଦୁଃଖ ହୋଇଛି । ନିଜର ପରିଶ୍ରମ ଓ ନିଷ୍ଠାରେ ସେ ବହୁତ କମ୍ ବୟସରେ ଲୋକଙ୍କ ମଧ୍ୟରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କ ଏଭଳି ବିୟୋଗ ରାଜନୀତି ପାଇଁ ବହୁତ ବଡ କ୍ଷତି ଅଟେ । ଈଶ୍ୱର ଏହି ଶୋକ ସମୟରେ ତାଙ୍କ ପରିବାର ଓ ସମର୍ଥକଙ୍କୁ ସମ୍ବଳ ପ୍ରଦାନ କରନ୍ତୁ ।