ଅମ୍ବ, ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉନା ଜିଲ୍ଲାର ଅମ୍ବ କ୍ଷେତ୍ରରେ ଶନିବାର ଏକ ନିର୍ବାଚନୀ ରାଲିରେ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କ ଉପରେ ନିଶାନା ସାଧିଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନ ଅଧିକୃତ କଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଅଟେ । କଂଗ୍ରେସ ଆମକୁ ଡରାଉଛି ଯେ, ପିଓକେର ଆଲୋଚନା କରନାହିଁ, କାରଣ ପାକିସ୍ତାନ ନିକଟରେ ପରମାଣୁ ବୋମା ଅଛି, କିନ୍ତୁ ମୁଁ ଦେବଭୂମି-ବୀରଭୂମିରୁ କହୁଛି ଯେ, ଆମେ ବିଜେପି ନେତା ଏବଂ ପରମାଣୁ ବୋମାକୁ ଆମେ ଡରୁନାହୁଁ । ପିଓକେ ଆମର ଅଟେ ଓ ଆମେ ଏହାକୁ ନେଇକରି ରହିବୁ । ଗୃହମନ୍ତ୍ରୀ ଶାହ ହମିରପୁର ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ ଅନୁରାଗ ଠାକୁର ଓ ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଅପିଲ କରିଛନ୍ତି । ସେ କହିଛନ୍ତି ଯେ, ମୁଁ ମାଆ ଚିନ୍ତାପୂର୍ଣ୍ଣିର ପବିତ୍ର ଭୂମିରୁ ଜୋର ଦେଇ କହୁଛି ଯେ, ପିଓକେ ଆମର ଅଟେ ଏବଂ ଆମେ ଏହାକୁ ନେଇକରି ରହିବୁ ।