-
ପ୍ରତି ମୃତକଙ୍କ ପରିବାରକୁ ପାଂଚ ଲକ୍ଷ ଓ ଆହତଙ୍କୁ 50ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା
ରାୟପୁର/ବେମେତରା, ବେମେତରା ଜିଲ୍ଲାର ବୋରସି ଗାଁ ସ୍ଥିତ ବାରୁଦ ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣ ମାମଲାରେ ଛତିଶଗଡ ସରକାର ଶନିବାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପ୍ରତି ମୃତକଙ୍କ ପରିବାର ପାଇଁ 5ଲକ୍ଷ ଟଙ୍କା ଓ ପ୍ରତି ଆହତଙ୍କୁ 50ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।