କେନ୍ଦ୍ରାପଡା- କେନ୍ଦ୍ରାପଡ଼ା ଜିଲ୍ଲାର ଏକ ପ୍ରମୁଖ ଟ୍ରୁ୍ଣ୍ଣାମେଂଟ ଦ୍ୱିତୀୟ ବର୍ଷ ପାଇଁ ଅବଦୁଲ୍ କରିମ୍ ଖାନ୍ ମେମୋରିଆଲ୍ ଟ୍ରଫି ଚଳିତ ମାସ ୧୮ ଏବଂ ୧୯ ଦୁଇଦିନ ବ୍ୟାପୀ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଂଟରେ ରାଜ୍ୟସ୍ତରର ଆଠୋଟି ପ୍ରମୁଖ ଫୁଟବଲ ଦଳ ଅଂଶଗ୍ରହଣ କରିବେ ବୋଲି ଆୟୋଜକ ସହରସ୍ଥ ଲକି ସ୍ପୋଟିଂଙ୍ଗ କ୍ଲବ ସଭାପତି ସଲିମ୍ ଖାଁ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆୟୋଜକ ଲକି ସ୍ପୋଟିଂ କ୍ଲବର ସଦସ୍ୟମାନେ ଫକିରାବାଦ ଠାରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲେ । କେନ୍ଦ୍ରାପଡ଼ା ହାଇସ୍କୁଲ ପଡ଼ିଆରେ ଏହି ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିରିକୃତ ହୋଇଥିଲା । ଚମ୍ପିଆନ୍ ଦଳକୁ ୨୧ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସଅପ୍ ଦଳକୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି ।
ଏହି ପସ୍ତୁତି ବୈଠକରେ କ୍ଲବ ସଭାପତି ସଲିମ ଖାଁ, ସାଧାରଣ ସମ୍ପାଦକ ସେଖ ସାହାବୁଲା, ସେଖ ଲିଆକତ ଅଲ୍ଲୀ, ମିର ବକାଉଲ୍ଳା, ମିର ଫାରୁକ୍, ଶେଖ୍ ଅଖତର, ଜାହିଦ ଖାଁ, ଓସୁଉଲ୍ଲା ଖାଁ, ଅବଦୁଲ ୱାହିଦ୍, ମିର ଜରାର, ଶେଖ ମୁସ୍ତାକ୍, ମହମ୍ମଦ୍ ଆଜାରୁଦ୍ଦିନ୍, ପୂର୍ବତନ ପୌର ସଭ୍ୟ ହିବଜୁର ରାହମାନ୍, ସାମ୍ବାଦିକ ମୀର ଓବେଦା, ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଅକମଲ ଅଲ୍ଲି ପ୍ରମୁଖ ଯୋଗ ଦେଇଥିଲେ ।