ଭୁବନେଶ୍ୱର – ରାଜ୍ୟରେ ଥିବା ୩ଟି ବୃହତ୍ ଶିଳ୍ପର ସମ୍ପ୍ରସାରଣ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ହେଲା ରାୟଗଡାର କଂସାରିଗୁଡା ଠାରେ ହିଣ୍ଡାଲକୋ ୨ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନିୟମ୍ ରିଫାଇନାରୀ ପ୍ଲାଂଟ, ତାଳଚେର ଠାରେଏନଟିପିସିର ଥର୍ମାଲ ପାୱାର ପ୍ଲାଂଟ ଏବଂ ସୁନ୍ଦରଗଡ ଜିଲ୍ଲାର କମାଣ୍ଡ ଗ୍ରାମରେ ସମନ୍ୱିତ ଷ୍ଟିଲ୍ ପ୍ଲାଂଟ । ଏହି ପ୍ରସ୍ତାବିତ ସମ୍ପ୍ରସାରିତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୬,୫୩୯ ଜଣ ଲୋକ ନିଯୁକ୍ତି ପାଇବେ । ଏଥିରେ ୧୭,୮୩୩ କୋଟି ଟଙ୍କାର ବିନିଯୋଗ ହେବ ବୋଲି ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି ।
ଗୁରୁବାର ଦିନ ପୂର୍ବାହ୍ନରେ ଖାରବେଳ ଭବନ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ର ୨୧ତମ ବୈଠକରେ ଉପରୋକ୍ତ ୩ ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ବୈଠକ ପରେ ଶିଳ୍ପ ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ ଯେ କଂସାରିଗୁଡା ଠାରେ ହିଣ୍ଡାଲକୋ ଆଲୁମିନିୟମ୍ ରିଫାଇନାରୀ ପ୍ଲାଂଟ ରେ ୮ହଜାର କୋଟି ଟଙ୍କା ବିନିଯୋଗ ହେବ । ଏଥିରେ ୨୪୫୦ ଜଣ ନିଯୁକ୍ତି ପାଇବେ । ସେହିପରି ତାଳଚେର ଏନଟିପିସି ପ୍ରକଳ୍ପରେ ୧୬୦୦ ମେଗାୱାଟ୍ ବିଦୁ୍ୟତ୍ ଉପôାଦନ ପାଇଁ ୭,୬୯୮.୪୬ କୋଟି ଟଙ୍କା ବିନିଯୋଗ କରାଯିବ । ରୁଙ୍ଗଟା ଶିଳ୍ପ ସଂସ୍ଥାର ସୁନ୍ଦରଗଡ ପ୍ରକଳ୍ପରେ ବାର୍ଷିକ ୦.୨୭ ମେଟ୍ରିକ୍ ଟନ୍ ଷ୍ଟିଲ୍ ଉପôାଦନ କରୁଥିବା ବେଳେ ଏହା ସମ୍ପ୍ରସାରିତ ହେଲେ ବର୍ଷକୁ ୦.୯ ମେଟ୍ରିକ୍ ଟନ୍ ସମନ୍ୱିତ ଷ୍ଟିଲ୍ ଉପôାଦନ ହବ । ଏଥିରେ ୨,୧୩୫ କୋଟି ବିନିଯୋଗ ହେବ ଏବଂ ୨,୨୭୯ ଲୋକ ନିଯୁକ୍ତି ପାଇବେ ।
ଅନ୍ୟପକ୍ଷରେ ନୀଳାଚଳ ଇସ୍ପାତର ସମ୍ପ୍ରସାରଣ ସମ୍ପର୍କିତ ପ୍ରଶ୍ନର ଉତର ଦେଇ ମନ୍ତ୍ରୀ କହିଥିଲେ ଯେ ଏହା ଉପରୁ ପୁଂଜି ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର ସମ୍ମତି ଦେଇଛନ୍ତି । ଯିଏ ଲାଭ ଦାୟକ ଏବଂ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା କରିବ ଓ ସ୍ଥାନୀୟ ଲୋକଙ୍କ ସୁବିଧା ଦେଖିବ ଉକ୍ତ ସଂସ୍ଥାକୁ କମ୍ପାନୀ ଦିଆଯିବ । ଓଡିଶାରେ ଶିଳ୍ପ ପ୍ରତିÂା ପାଇଁ ଶିଳ୍ପପତିମାନଙ୍କର ଲକ୍ଷ୍ୟସ୍ଥଳ ହୋଇପାରିଛି । ଏଠାରେ ସବୁ ପ୍ରକାର ସକରାତ୍ମକ ପରିବେଶ ରହିଛି ।