ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହରିୟାଣାର ଅମ୍ବାଲାରେ ହୋଇଥିବା ସଡକ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଲେଖିଛନ୍ତି ଯେ, ହରିୟାଣାର ଅମ୍ବାଲାରେ ହୋଇଥିବା ସଡକ ଦୁର୍ଘଟଣା ଅତ୍ୟନ୍ତ ପୀଡାଦାୟକ ଅଟେ ।ଏହି ଦୁର୍ଘଟଣାରେ ଯେଉଁମାନେ ପରିଜନଙ୍କୁ ହରାଇଛନ୍ତି, ସେହି ଶୋକାକୂଳ ପରିଜନଙ୍କ ପ୍ରତି ମୋର ଗଭୀର ସମବେଦନା । ଏହାସହିତ ମୁଁ ସମସ୍ତ ଆହତଙ୍କ ଶୀଘ୍ର ସୁସ୍ଥ ହେବାର କାମନା କରୁଛି । ରାଜ୍ୟ ସରକାରଙ୍କ ତଦାରଖରେ ସ୍ଥାନୀୟ ପ୍ରଶାସନ ପୀଡିତଙ୍କୁ ଯଥାସମ୍ଭବ ସହାୟତାରେ କରୁଛି ।