
ଭୁବନେଶ୍ୱର, ରାଜ୍ୟରେ ପଂଚମ ପର୍ଯ୍ୟାୟ ନିର୍ବାଚନ ସମୟରେ ବରଗଡ଼ ଜିଲ୍ଲା ସରସରା ଗ୍ରାମଠାରେ ହୋଇଥିବା ଏକ ଅଭାବନୀୟ ହତ୍ୟାକାଣ୍ଡର ତଦନ୍ତ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଉତରାଂଚଳ ରାଜସ୍ୱ ଆୟୁକ୍ତଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଉତରାଂଚଳ ରାଜସ୍ୱ ଆୟୁକ୍ତଙ୍କ ତଦନ୍ତ ଅନୁଯାୟୀ ଉକ୍ତ ହତ୍ୟାକାଣ୍ଡର ଅଭିଯୁକ୍ତମାନେ ଘଟଣା ସମୟରେ ନିଶାସକ୍ତ ଅବସ୍ଥାରେ ରହିଥିବା ଜଣାପଡ଼ିଛି । ଏଥି ପାଇଁ ବରଗଡ଼ ସଦର ଥାନାଧିକାରୀ ଓ ଅବକାରୀ ଷ୍ଟେସନ୍ ଅଧିକାରୀଙ୍କୁ ୨୪ ଘଂଟା ଭିତରେ ଜିଲ୍ଲା ବାହାରକୁ ବଦଳି କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଯଥାକ୍ରମେ ପୋଲିସ ଡିଜି ଓ ଅବକାରୀ ଆୟୁକ୍ତଙ୍କୁ ପତ୍ରଲେଖି ଜଣାଇଛନ୍ତି ।